The Ultimate Managed Hosting Platform
ADVERTISEMENT

ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା

Facebook
Twitter
LinkedIn

ଜଗତସିଂହପୁର : ବଡବଡ ଅଟ୍ଟାଳିକା,କୋଟି କୋଟି ଟଙ୍କାରେ ନିର୍ମାଣ ହେଉଛି ସରକାରୀ ହସ୍ପିଟାଲ । ହସ୍ପିଟାଲ ୫ଟିଯୋଜନାରେ ହୋଇଛି ସାମିଲ । କିନ୍ତୁ ସ୍ୱାସ୍ଥ୍ୟକେନ୍ଦ୍ରରେ ନାହାଁନ୍ତି ଡାକ୍ତର । କି ରୋଗୀଙ୍କୁ ମିଳୁନି ଉଚିତ ସ୍ୱାସ୍ଥ୍ୟସେବା । ଜଗତସିଂହପୁର ଜିଲ୍ଲାର ସବୁଠୁ ବ୍ୟସ୍ତବହୁଳ ସ୍ୱାସ୍ଥ୍ୟକେନ୍ଦ୍ର ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର।ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଟି ଉତ୍ତମ ସଂଯୋଗ ପଥ କଟକ-ପାରାଦ୍ୱୀପ ରାସ୍ତା କଡରେ ଥିବା ବେଳେ ଏହା ଉପରେ ତିର୍ତ୍ତୋଲ ସମେତ ଏରସମା,କୁଜଙ୍ଗ ବ୍ଲକ ସମେତ ପାରାଦ୍ୱୀପ ଓ ପଡୋଶୀ କେନ୍ଦ୍ରାପଡା ଜିଲ୍ଲାର ପାଖାପାଖି ୬୦ଟି ପଞ୍ଚାୟତର ହଜାର ହଜାର ଜନସାଧାରଣ ସ୍ୱାସ୍ଥ୍ୟସେବା ପାଇଁ ନିର୍ଭର କରନ୍ତି। ୧୬ଶର୍ୟ୍ୟା ବିଶିଷ୍ଟ ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ପାଞ୍ଚଟି ବିଶେଷଜ୍ଞ ଡାକ୍ତର ପଦବୀ ଥିବା ବେଳେ ଦୀର୍ଘ ଦିନ ଧରି ଦୁଇଜଣ ଡାକ୍ତରରେ ରୋଗୀସେବା ଚାଲିଛି।ଦୈନିକ ଶହଶହ ଅତିଶୟ ରୋଗୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସୁଥିବା ବେଳେ ସ୍ୱାସ୍ଥ୍ୟସେବା ନପାଇ ହନ୍ତସନ୍ତ ହେଉଥିବା ଅଭିଯୋଗ ହେଉଛି।ଏପରିକି ସରକାରଙ୍କ ତରଫରୁ ଅତ୍ୟାଧୁନିକ ଯନ୍ତ୍ରପାତି ଯୋଗାଇ ଦିଆଯାଇଥିଲେ ମଧ୍ୟ ତାହା ଦେଖିବାକୁ ମିଳୁନାହିଁ କି କାର୍ୟ୍ୟକାରୀ ହେଉନାହିଁ।ବିପର୍ୟ୍ୟସ୍ତ ସ୍ୱାସ୍ଥ୍ୟ ସେବାକୁ ନେଇ ଅନେକ ଥର ଅଭିଯୋଗ ହୋଇଥିବା ବେଳେ କଂଗ୍ରେସ ଦଳ ପକ୍ଷରୁ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଅଭିଯୋଗ କରାଯାଇଥିଲା।ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କୌଣସି ପଦକ୍ଷେପ ନନେବାରୁ ଆଜି ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ବିପର୍ୟ୍ୟସ୍ତ ସ୍ୱାସ୍ଥ୍ୟ ସେବାକୁ ନେଇ ବିଷୋଦଗାର କରାଯାଇଛି।ସାମ୍ବାଦିକ ସମ୍ମିଳନୀରେ ଯୁବ କଂଗ୍ରେସ ସଭାପତି ଓ କର୍ମକର୍ତ୍ତାମାନେ ମେଡିକାଲର ଶୋଚନୀୟ ଅବସ୍ଥା ସମ୍ପର୍କରେ ଅଭିଯୋଗ କରିବା ସହ ମାସକ ମଧ୍ୟରେ ସମାସ୍ୟାର ସମାଧାନ ନହେଲେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।


ମେଡିକାଲ ପରିସରରେ ବଡଵଡ ଅଟ୍ଟାଳିକା ଦେଖିବାକୁ ମିଳୁଥିବା ବେଳେ କୋଟି କୋଟି ଟଙ୍କାର ପ୍ରକଳ୍ପ ନିର୍ମାଣ ଚାଲିଛି।ମାତ୍ର ରୋଗୀସେବା ବିପର୍ୟ୍ୟସ୍ତ ହୋଇଥିବା ବେଳେ ଡାକ୍ତରଖାନାରେ ଦଲାଲଗିରି ଚାଲିଥିବା ଅଭିଯୋଗ କରିଛି ଯୁବ କଂଗ୍ରେସ।ମେଡିକାଲ ମେଡିସିନ ରିପ୍ରେଜେଣ୍ଟିଭଙ୍କ କବଜାରେ ଥିବା ବେଳେ ରୋଗୀମାନଙ୍କୁ ଶୋଷଣ କରାଯାଉଛି।ନିୟମିତ ଡାକ୍ତର ରହୁନଥିବାରୁ ରୋଗୀମାନେ ଔଷଧ ବଦଳାଇ ନୟାନ୍ତ ହେଉଛନ୍ତି।ମାସକ ମଧ୍ୟରେ ଏସବୁ ସମାସ୍ୟାର ସମାଧାନ ନହେଲେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।ଅନ୍ୟପକ୍ଷରେ କେତେକ ଅଭିଯୋଗର ସତ୍ୟତା ଥିବା ବେଳେ ରୋଗୀସେବା ବିପର୍ୟ୍ୟସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ । ଯଦି ଏହି ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବିପର୍ୟ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ସରକାର ତୁରନ୍ତ ନସଜାଡିଲେ କଂଗ୍ରେସ ଆନ୍ଦୋଳନ ସହ ସାଧାରଣ ଜନତା ସାମିଲ ହେବାର ସମ୍ଭାବନା ରହିଛି। ପୂର୍ବରୁ ମଧ୍ୟ ଏ ନେଇ ଯୁବକଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଆନ୍ଦୋଳନ ପାଇଁ ଚେତାବନୀ ଦିଆଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login