The Ultimate Managed Hosting Platform
ADVERTISEMENT

ମଝି ଆକାଶରେ ବିମାନରେ ଲାଗିଲା ନିଆଁ

Facebook
Twitter
LinkedIn

ବେଜିଂ : ଶନିବାର ଦିନ ଚୀନର ହାଙ୍ଗଜୌରୁ ଦକ୍ଷିଣ କୋରିଆର ସିଓଲ ଯାଉଥିବା ଏୟାର ଚାଇନାର ଏକ ବିମାନର ଓଭରହେଡ୍ କମ୍ପାର୍ଟମେଣ୍ଟରେ ଜଣେ ଯାତ୍ରୀଙ୍କ ବ୍ୟାଗରେ ଥିବା ଲିଥିୟମ୍ ବ୍ୟାଟେରୀରେ ନିଆଁ ଲାଗିଯିବାରୁ ସାଂଘାଇରେ ଜରୁରୀକାଳୀନ ଅବତରଣ କରାଯାଇଥିଲା। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓରେ ଯାତ୍ରୀ ଏବଂ କ୍ୟାବିନ୍ କ୍ରୁ ନିଆଁ ଲିଭାଇବାକୁ ଚେଷ୍ଟା କରୁଥିବା ଦେଖାଯାଉଛି।ରିପୋର୍ଟ ଅନୁଯାୟୀ, ବିମାନ ସିଏ-୧୩୯ ପୂର୍ବାହ୍ନ ୯:୪୭ ରେ ହାଙ୍ଗଜୋରୁ ଯାତ୍ରା କରିଥିଲା ଏବଂ ମଧ୍ୟାହ୍ନ ୧୨:୨୦ ରେ ସିଓଲର ଇଞ୍ଚିଅନ ଆନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବାର ଥିଲା। କିନ୍ତୁ, ଉଡ଼ାଣ ସମୟରେ, ଓଭରହେଡ୍ କମ୍ପାର୍ଟମେଣ୍ଟରେ ଥିବା ଏକ କ୍ୟାରି-ଅନ ବ୍ୟାଗ୍ରେ ଥିବା ଏକ ଲିଥିୟମ ବ୍ୟାଟେରୀ ହଠାତ୍ ଜଳିଯାଇଥିଲା। ଏୟାର ଚାଇନା ଏକ ବିବୃତିଜାରି କରି କହିଛି ଯେ,କ୍ରୁ ଶୀଘ୍ର ପ୍ରତିକ୍ରିୟା ପ୍ରଦାନ କରିଥିଲେ ଏବଂ କୌଣସି ଯାତ୍ରୀ ଆହତ ହୋଇ ନଥିଲେ। ଏହି ସମୟରେ ସୋସିଆଲ ମିଡିଆରେ ପ୍ରସାରିତ ଏକ ଭିଡିଓରେ କ୍ୟାବିନ କ୍ରୁ ଏବଂ ଯାତ୍ରୀମାନେ ନିଆଁ ଲିଭାଇଥିବାର ଦେଖାଯାଉଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login