The Ultimate Managed Hosting Platform
ADVERTISEMENT

ଭୟଙ୍କର ଅଗ୍ନିକାଣ୍ଡ, ଗୋଟିଏ ପରିବାରର ୫ ଜଣ ଜୀବନ୍ତ ଦଗ୍ଧ

Facebook
Twitter
LinkedIn

ୟୁପି : ୟୁପିରେ ଭୟଙ୍କର ଅଗ୍ନିକାଣ୍ଡ । ଗୋଟିଏ ପରିବାରର ୫ ଜଣଙ୍କର ଚାଲିଗଲା ଜୀବନ । କାନପୁରର ଗାନ୍ଧୀ ନଗର ଅଞ୍ଚଳରେ କୋଠାରେ ଲାଗିଲା ନିଆଁ । ୫ ମହଲା କୋଠାରେ ନିଆଁ ଲାଗି ୫ ଜଣ ଜୀବନ୍ତ ଦଗ୍ଧ । ସମସ୍ତ ମୃତଦେହ ଉଦ୍ଧାର କରାଯାଇଛି । ନିଆଁ ଏତେ ଭୟଙ୍କରା ଥିଲା ଯେ ଆୟତ୍ତ କରିବାକୁ ଦମକଳ ବାହିନୀକୁ ୮ ଘଣ୍ଟା ସମୟ ଲାଗିଥିଲା । ଅନ୍ୟପଟେ ଅଗ୍ନିକାଣ୍ଡର ଭୟାବହତାକୁ ଦୃଷ୍ଟିରେ ରଖି, ଆଖପାଖ କୋଠାଗୁଡ଼ିକୁ ଖାଲି କରାଯାଇଛି । ଅଗ୍ନିଶମ ବାହିନୀର କର୍ମଚାରୀମାନେ ସିଡ଼ି ବ୍ୟବହାର କରି କୋଠାରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରୁଛନ୍ତି । ସୂଚନା ଅନୁଯାୟୀ, ପାଞ୍ଚ ମହଲା ବିଶିଷ୍ଟ କୋଠାରେ ଏକ ବେଆଇନ ଜୋତା କାରଖାନା ଚାଲୁଥିଲା । ଯଦିଓ ଅଗ୍ନିକାଣ୍ଡର କାରଣ ଏପର୍ୟ୍ୟନ୍ତ ଜଣାପଡ଼ି ନାହିଁ, ପ୍ରାରମ୍ଭିକ ତଦନ୍ତରୁ ସର୍ଟସକିଟରୁ ନିଆଁ ଲାଗିଥିବା ଜଣାପଡିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login