The Ultimate Managed Hosting Platform
ADVERTISEMENT

ଭେନେଜୁଏଲାରେ ଭୟଙ୍କର ବିସ୍ଫୋରଣ

Facebook
Twitter
LinkedIn

ଭେନେଜୁଏଲା : ଭେନେଜୁଏଲା ରାଜଧାନୀ କାରାକେସରେ ଭୟଙ୍କର ବିସ୍ଫୋରଣ । ୭ଟି ବଡ ବିସ୍ଫୋରଣରେ ଥରିଲା କାରାକାସ ସହର । ସହରର ରଣନୈତିକ ଠିକଣା ଉପରେ ଏୟାର ଷ୍ଟ୍ରାଇକ ହୋଇଛି । ଏହି ଆକ୍ରମଣ ପଛରେ ଆମେରିକାର ହାତ ଥିବା ଆଶଙ୍କା କରାଯାଉଛି । ତେବେ ଏନେଇ କୌଣସି ଅଫିସିଆଲ ବୟାନ ଆସିନାହିଁ । ତେବେ ବିସ୍ଫୋରଣ ପରେ ଅନେକ ବିଲିଡିଂରେ କରେଣ୍ଟ ନାହିଁ । ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ବିସ୍ଫୋରଣ ସ୍ଥାନୀୟ ସମୟ ଅନୁସାରେ ରାତି ୧.୫୦ ମିନିଟରେ ହୋଇଛି । ବିସ୍ଫୋରଣ ଯୋଗୁଁ ଝରକା ସବୁ ଦୋହଲି ଯାଇଥିଲା । ବିସ୍ଫୋରଣ ପରେ ରାଜଧାନୀର ଅନେକ ଅଞ୍ଚଳ ଅନ୍ଧାର ରହିଛି । ବିସ୍ଫୋରଣ ପରେ ତୁରନ୍ତ ଭେନେଜୁଏଲାର ସମସ୍ତ ଏୟାରସ୍ପେସ ଖାଲି କରାଯାଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login