ମୁମ୍ବାଇ : ଭେଟେରାନ ବଲିଉଡ ଅଭିନେତା ଧର୍ମେନ୍ଦ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର । ମୁମ୍ବାଇର ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଧର୍ମେନ୍ଦ୍ର ଭେଣ୍ଟିଲେଟର ସପୋର୍ଟରେ ଥିବା ସୂଚନା । ଗତ ସପ୍ତାହରେ ବି ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ରିପୋର୍ଟ ଅନୁଯାୟୀ, ଆଜି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ଭେଣ୍ଟିଲେଟରରେ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି। ପରିବାର କିମ୍ବା ହସ୍ପିଟାଲ ପକ୍ଷରୁ ଏପର୍ୟ୍ୟନ୍ତ କୌଣସି ସରକାରୀ ବିବୃତ୍ତି ଜାରି କରାଯାଇ ନାହିଁ। ଡିସେମ୍ବର ୮ରେ ୯୦ ବର୍ଷ ବୟସରେ ପଦାର୍ପଣ କରିବେ ଧର୍ମେନ୍ଦ୍ର ।
Views: 53











