ନୂଆଦିଲ୍ଲୀ : ଇଣ୍ଡୋନେସିଆ ଜାଭାରେ ଭୁଶୁଡିଲା ସ୍କୁଲ ଛାତ । ଭଗ୍ନାବଶେଷ ତଳେ ୬୫ ଛାତ୍ର ଦବି ରହିଥିବା ଆଶଙ୍କା । ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ବେଳେ ୧୨ ଜଣ ଗୁରୁତର ଆହତ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଇଣ୍ଡୋନେସିଆର ଏକ ଇସଲାମିକ୍ ସ୍କୁଲରେ ଏକ ବଡ଼ ଦୁର୍ଘଟଣା ଘଟିଛି । ସ୍କୁଲର ନିର୍ମାଣାଧୀନ କୋଠା ଭୁଶୁଡ଼ି ପଡ଼ିବା ପରେ ପ୍ରାୟ ୬୫ ଜଣ ଛାତ୍ର କାନ୍ଥ ତଳେ ଚାପି ହୋଇଯାଇଛନ୍ତି। ଏହି ଘଟଣା ଦେଶର ମୁଖ୍ୟ ଦ୍ୱୀପ ଜାଭାରେ ଥିବା ଏକ ସ୍କୁଲରେ ଘଟିଛି । ଭଗ୍ନାଂଶ ତଳେ ଫସି ରହିଥିବା ଛାତ୍ରମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଦଳ ରାତିସାରା ଖୋଜାଖୋଜି କରୁଛନ୍ତି । ଏହି ଘଟଣାରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି ଏବଂ ବାକି ୬୫ ଜଣ ଛାତ୍ର ଭଗ୍ନାଂଶ ତଳେ ଫସି ରହିଛନ୍ତି । ଜଣେ ପ୍ରତ୍ୟକ୍ଷଦର୍ଶୀ କହିବାନୁସରେ ଘଟଣାଟି ସେତେବେଳେ ଘଟିଥିଲା ଯେତେବେଳେ ସମସ୍ତ ଛାତ୍ର ଅପରାହ୍ନ ପ୍ରାର୍ଥନା ପାଇଁ ପ୍ରାର୍ଥନା ଗୃହରେ ଏକାଠି ହୋଇଥିଲେ। ହଠାତ୍ କୋଠାଟି ଭୁଶୁଡ଼ି ପଡ଼ିଥିଲା, ଯାହା ଫଳରେ ପିଲାମାନେ ଚିତ୍କାର କରିବାକୁ ଲାଗିଲେ । ପୂର୍ବ ଜାଭା ପୋଲିସ ମୁଖପାତ୍ର ଜୁଲେସ୍ ଆବ୍ରାହମ୍ ଆବାଷ୍ଟ କହିଛନ୍ତି, “ଘଟଣା ପରେ, ଆମର ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ୭୯ ରୁ ଅଧିକ ଛାତ୍ରଙ୍କୁ ସୁରକ୍ଷିତ ଭାବରେ ବାହାର କରିଥିଲେ ।
ଭୁଶୁଡିଲା ସ୍କୁଲ ଛାତ ; ଦବି ରହିଛନ୍ତି ୬୫ ଛାତ୍ର

Facebook
Twitter
LinkedIn
Facebook
Twitter
LinkedIn
Recent News
ଚୀନ ଉପରେ ଆମେରିକାର ୧୦୦% ଟାରିଫ
ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଉ ଏକ ଟାରିଫ ବୋମା । ଚୀନ ଉତ୍ପାଦ ଉପରେ ଲଗାଇଲେ ଅତିରିକ୍ତ ଶହେ ପ୍ରତିଶତ ଶୁଳ୍କ ।...
ଜଳିଗଲା କାର , ଅଳ୍ପକେ ବର୍ତ୍ତିଲେ ୩
ଲମତାପୁଟ : କାର ହିଟର ଲଗାଇ ଶୋଇଥିବା ବେଳେ ଘଟିଲା ଅଗ୍ନିକାଣ୍ଡ । ହୁତୁହୁତୁ ହୋଇ ଜଳିଗଲା ସମ୍ପୁର୍ଣ୍ଣ କାର । ଅଳ୍ପକେ ବର୍ତ୍ତିଲେ ୩ ଜଣ...
ପଦ୍ମ ଧରିବେ ଜୟ ଢୋଲକିଆ !
ଭୁବନେଶ୍ୱର : ଆଜି ବିଜେପିରେ ମିଶି ପାରନ୍ତି ଜୟ ଢୋଲକିଆ । ଦିବଙ୍ଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ...
ଉପର ପଡିଆରେ ବାଲିଯାତ୍ରା ଆୟୋଜନ ପ୍ରସ୍ତୁତି
କଟକ : ଉପର ପଡିଆରେ ବାଲିଯାତ୍ରା ଆୟୋଜନ ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି । ହାଇକୋର୍ଟ ରାୟ ପରେ ସ୍ପଷ୍ଟ କଲେ କଟକ ଅତିରିକ୍ତ ଜିଲ୍ଲାପାଳ ।...