ଯାଜପୁର : ଭୁଲ ଇଞ୍ଜେକସନ ନେଇଗଲା ଜୀବନ । ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ରାଉତରା ଗାଁର ଘଟଣା । ମୃତକ ହେଲେ ରାମ ମଲ୍ଲିକଙ୍କ ପୁଅ ସତ୍ୟନାରାୟଣ ମଲ୍ଲିକ । ଗତକାଲି ରାତିରେ ସତ୍ୟନାରାୟଣଙ୍କ ବାନ୍ତି ହେବାରୁ ପରିବାରଲୋକେ ତାଙ୍କୁ ବିଞ୍ଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଡ୍ୟୁଟିରେ ଥିବା ଡାକ୍ତର ତାଙ୍କୁ ଦୁଇଟି ଇଞ୍ଜେକ୍ସନ ନେବାକୁ ଲେଖିଥିଲେ । ନର୍ସିଙ୍ଗ ଷ୍ଟାଫ ତାଙ୍କୁ ଇଞ୍ଜେକ୍ସନ ଦେବାର କିଛି ସମୟ ପରେ ସେ ଅଧିକ ଅସୁସ୍ଥ ହୋଇପଡ଼ିଥିଲେ । ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଭୁଲ ଇଞ୍ଜେକସନ ଯୋଗୁଁ ନାବାଳକର ମୃତ୍ୟୁ ହୋଇଥିବା ଅଭିଯୋଗ କରି ଉତ୍ତେଜନା ଦେଖାଦେଇଥିଲା ।
Views: 43











