ଭୁବନେଶ୍ୱର : ଭୁବନେଶ୍ୱର ବିମାନବନ୍ଦରରୁ ୮ କୋଟିର ମାରିଜୁଆନା ଜବତ । ବ୍ୟାଙ୍କକରୁ ଭୁବନେଶ୍ୱର ଆସୁଥିବା ବେଳେ ଧରିଲା ଡିଆରଆଇ । ଲଗେଜରେ ୮ କେଜିର ମାରିଜୁଆନା ଧରି ଆସୁଥିଲେ ଯାତ୍ରୀ । ଷ୍ଟ୍ରଲି ବ୍ୟାଗରେ ସିକ୍ରଟ ଚାମ୍ବର କରି ଚାଲାଣ ବେଳେ ଭୁବନେଶ୍ୱର ଏୟାରପୋର୍ଟରେ ଧରାପଡିଲେ । ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି ଡିଆର ଆଇ । ଗତ ମଙ୍ଗଳବାର ମଧ୍ୟ ୩ କୋଟି ୯୨ଲକ୍ଷ ଟଙ୍କାର ଜବତ ହୋଇଥିଲା ନିଶା ଦ୍ରବ୍ୟ ବା ମାରିଜୁଆନା ।
Views: 63











