The Ultimate Managed Hosting Platform
ADVERTISEMENT

ଭୁବନେଶ୍ୱର, ଝାରସୁଗୁଡା ସବୁଠୁ ଉତ୍ତପ୍ତ

Facebook
Twitter
LinkedIn

ଭୁବନେଶ୍ୱର : ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଦିନ ସାଢେ ୨ଟା ସୁଦ୍ଧା ଭୁବନେଶ୍ୱର ଓ ଝାରସୁଗୁଡା ସର୍ବାଧିକ ଉତ୍ତପ୍ତ । ୪୨ ଡିଗ୍ରୀ ସହ ଭୁବନେଶ୍ୱର ଓ ଝାରସୁଗୁଡା ସର୍ବାଧିକ ଉତ୍ତପ୍ତ ସହର । ସମ୍ବଲପୁର ୪୦.୬, ଚାନ୍ଦବାଲି ୪୦ , ହୀରାକୁଦ ୩୯.୪ ଡିଗ୍ରୀ , କେନ୍ଦୁଝର ୩୭.୨, ବାଲେଶ୍ୱର ୩୫.୮, ଗୋପାଳପୁର ୩୪.୮ ଡିଗ୍ରୀ ରେକର୍ଡ ।
ସେପଟେ କାଲିଠୁ ତାତିରେ ଲାଗିବ ବ୍ରେକ୍ । ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ପ୍ରବାହିତ ହେଉଥିବା ଗରମ ଶୁଷ୍କ ବାୟୁର ପ୍ରଭାବ କମିଛି। ଏହାସହ ଏକ ନିମ୍ନ ଚାପରେଖା ସୃଷ୍ଟି ହୋଇଛି । ପ୍ରଭାବରେ ତାତିରେ ବ୍ରେକ୍ ଲାଗିବା ସହ ପୁଣି କାଳବୈଶାଖୀ ବର୍ଷା ଜାରି ରହିବ । ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ଏଥିପାଇଁ ୨୧ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login