The Ultimate Managed Hosting Platform
ADVERTISEMENT

ଭୁବନେଶ୍ବରରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ

Facebook
Twitter
LinkedIn

ଭୁବନେଶ୍ବର: ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ। ସେ ଏଠାରୁ ଏମ୍ସ ଅଭିମୁଖେ ଯାଇଛନ୍ତି। ସେଠାରେ ବାହାନଗା ରେଳ ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ବ୍ୟବସ୍ଥାର ଅନୁଧ୍ୟାନ କରିବେ। ବାହାନଗା ରେଳ ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ବ୍ୟବସ୍ଥାର ଅନୁଧ୍ୟାନ ପାଇଁ ଓଡ଼ିଶା ଆସିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ। ଏହି ଅବସରରେ ସେ ଭୁବନେଶ୍ବର ଏବଂ ବାଲେଶ୍ବରରେ ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ଦେଖିବେ। ଏହାପରେ ଏମ୍ସ ଭୁବନେଶ୍ବରରେ ସମୀକ୍ଷା ବୈଠକ ହେବ। ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ବ୍ୟବସ୍ଥାର ବିଭିନ୍ନ ଆବଶ୍ୟକତା ନେଇ ଆଲୋଚନା ହେବ ବୋଲି ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଏହାଛଡ଼ା ସେ କଟକ ବଡ଼ ମେଡିକାଲକୁ ମଧ୍ୟ ଯିବେ।
ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ସମ୍ବନ୍ଧରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସୂଚନା । ଦୁର୍ଘଟଣାରେ ୧ ହଜାରରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୧୦୦ ଜଣଙ୍କ ଅବସ୍ଥା ଗୁରୁତର । ଗୁରୁତର ।ହତ ଙ୍କ ଲାଗି ସ୍ୱତନ୍ତ୍ର ଚିକିତ୍ସାର ଆବଶ୍ୟକତା ରହିଛି । ଅତ୍ୟାଧୁନିକ ଯନ୍ତ୍ରପାତି ସହ ସ୍ୱତନ୍ତ୍ର ଡାକ୍ତରୀ ଦଳ ଆସିଛନ୍ତି । ଦିଲ୍ଲୀ ଏମସ୍ ଓ ଆରଏମଏଲରୁ ଆସିଛନ୍ତି ସ୍ୱତନ୍ତ୍ର ଡାକ୍ତରୀ ଦଳ । ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଆସିଛନ୍ତି ବିଶେଷଜ୍ଞ ଡାକ୍ତର ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login