ଯାଜପୁର : ଶିକ୍ଷକଙ୍କ ଠାରୁ ଲାଞ୍ଚ ନେଇ ଧରାପଡିଲେ କିରାଣି । କବିରପୁର ସ୍ଥିତ ପୁରୁଷୋତ୍ତମପୁର ହାଇସ୍କୁଲ କିରାଣି ମହେଶ୍ୱର ସାମଲ । ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ୪ ହଜାର ଲାଞ୍ଚ ନେଇ ଧରାପଡିଲେ । ପେନସନ କାଗଜପତ୍ର କରାଇଦେବାକୁ ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ । ଟ୍ରାପ ପରେ ମହେଶ୍ବର ସାମଲଙ୍କ ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ। ଯାଜପୁର ଜିଲ୍ଲାର ଦୁଇଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ଚଢ଼ାଉ। କଟକ ଭିଜିଲାନ୍ସ ଡିଭିଜନରେ ଏ ନେଇ ରୁଜ୍ଜୁ ହୋଇଛି ମାମଲା।
Views: 89