The Ultimate Managed Hosting Platform
ADVERTISEMENT

ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ,ଯେତେ ଖୋଳିଲେ ସେତେ ବାହାରୁଛି

Facebook
Twitter
LinkedIn

ଜୟପୁର : ଭିଜିଲାନ୍ସ ଜାଲରେ ବୈପାରୀଗୁଡା ଆଇଆଇସି ସୁଶାନ୍ତ ଶତପଥୀ । ବସରେ ନଗଦ ଟଙ୍କା ନେଇ ଯାଉଥିବା ବେଳେ ଧରିଲା ଭିଜିଲାନ୍ସ । ଆଇଆଇସି ସୁଶାନ୍ତ ଶତପଥୀଙ୍କ ଠାରୁ ନଗଦ ୨ ଲକ୍ଷ ୭୦ ହଜାର ଟଙ୍କା ଜବତ । ଆଇଆଇସି ଅଫିସ ଚାମ୍ବରରୁ ନଗଦ ୧ ଲକ୍ଷ ୮୦ ହଜାର ଟଙ୍କା ନଗଦ ଜବତ । ଆଇଆଇସିଙ୍କ ସରକାରୀ ବାସଭବନରୁ ମଧ୍ୟ ନଗଦ ୩ ଲକ୍ଷ ଟଙ୍କା ଜବତ । ଗତକାଲି ରେଡ୍ ବେଳେ ମିଳିଥିଲା ସାଢ଼େ ୭ ଲକ୍ଷ ଟଙ୍କା । ବର୍ତ୍ତମାନ ସୁଦ୍ଧା ମୋଟ୍ ୩୨ ଲକ୍ଷ ନଗଦ କ୍ୟାସ୍ ଜବତ କଲାଣି ଭିଜିଲାନ୍ସ । ଯେତେ ଖୋଳିଲେ ସେତେ ବାହାରୁଛି । ଗତକାଲି ୨ ଲକ୍ଷ ୭୦ ହଜାର ଟଙ୍କା ଧରି ଓଏସଆରଟିସି ବସରେ ବୈପାରୀଗୁଡ଼ାରୁ କଟକ ଆସୁଥିବା ବେଳେ ଭିଜିଲାନ୍ସ ତାଙ୍କୁ ଜୟପୁରରୁ ଧରିଥିଲା । ଅଧିକ ଖୋଳତାଡ ଜାରି ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଦୁର୍ଗାପୁର ଗଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା

ଦୁର୍ଗାପୁର ଗଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ଦୁର୍ଗାପୁର ଗଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି । ମହିଳା କମିଶନ...

Login