The Ultimate Managed Hosting Platform
ADVERTISEMENT

ଭିଜିଲାନ୍ସ ଜାଲରେ ଜିଓଲୋଜିଷ୍ଟ, ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

Facebook
Twitter
LinkedIn

ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଜିଓଲୋଜିଷ୍ଟ । ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ବଲାଙ୍ଗୀର ଭୂତଳ ଜଳ ବିକାଶ ବିଭାଗରେ କାର୍ୟ୍ୟରତ ଜିଓଲୋଜିଷ୍ଟ ଅସୀମ ଅଂଶୁମାନ ନାୟକ। ବର୍ଷାଜଳ ସଂରକ୍ଷଣ କାମର ବିଲ କରିବା ପାଇଁ ଜଣେ ଠିକାଦାରଙ୍କୁ ୫୦ ହଜାର ଲାଞ୍ଚ ମାଗିଥିଲେ ଜିଓଲୋଜିଷ୍ଟ ଅସୀମ ଅଂଶୁମାନ ନାୟକ। ଫାଇଲ କାମ ଆଗକୁ ବଢାଇବା ପାଇଁ ପ୍ରଥମ କିସ୍ତିରେ ୧୦ ହଜାର ନେବା ପରେ ଆଉ ୪୦ ଦେଲା ପରେ ବିଲ୍ ପାସ୍ କରିବାକୁ ପାଇଁ କହିଥିଲେ। ଯାହା ପରେ ଠିକାଦାର ଜଣଙ୍କ ଏନେଇ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ଆଜି ଠିକାଦାର ଜଣଙ୍କ ଜିଓଲୋଜିଷ୍ଟ ଅସୀମ ଅଂଶୁମାନ ନାୟକଙ୍କ ୪୦ ହଜାର ଦେଉଥିବା ବେଳେ ଧରିଥିଲା ଭିଜିଲାନ୍ସ। ସମ୍ବଲପୁର ଓ ବଲାଙ୍ଗୀର ଭିଜିଲାନ୍ସ ଟିମ ଏହି ରେଡ କରିଛି। ଜିଓଲୋଜିଷ୍ଟ ଅସୀମ ଅଂଶୁମାନ ନାୟକଙ୍କ ଅଫିସ କାର୍ୟ୍ୟାଳୟ ଓ ଶତବ୍ଦୀନଗର ଭଡା ଘରେ ଭିଜିଲାନ୍ସର ଛାନଭିନ କରୁଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ସୃଷ୍ଟି ହେଲା ଲଘୁଚାପ

ଆସନ୍ତାକାଲିଠୁ ବଢିବ ବର୍ଷାର ପରିମାଣ, ୨୭ ତାରିଖ ଯାଏଁ ବର୍ଷା

ଭୁବନେଶ୍ୱର : ଆସନ୍ତାକାଲିଠୁ ରାଜ୍ୟରେ ବଢ଼ିବ ବର୍ଷା ପରିମାଣ । ୨୭ ତାରିଖ ପର୍ୟ୍ୟନ୍ତ ରାଜ୍ୟରେ ଲାଗି ରହିବ ପ୍ରବଳରୁ ଅତିପ୍ରବଳ ବର୍ଷା । ଆଜି ସାରା...

ADVERTISEMENT
ନାଁ ନ ନେଇ ମମତାଙ୍କୁ ଟାର୍ଗେଟ, ଯିଏ କରିବ ସେ ଫଳ ଭୋଗିବ : ପ୍ରଭାତୀ

କର୍ମକ୍ଷେତ୍ରରେ ଯୌନ ଶୋଷଣକାରୀଙ୍କୁ ସାବଧାନ ରୁହନ୍ତୁ , ଶୋଷଣକାରୀଙ୍କ ବିରୋଧରେ ସ୍ୱର ଉଠାଇଲା ମାତ୍ରେ ଆକ୍ସନ : ପ୍ରଭାତୀ ପରିଡା

ଭୁବନେଶ୍ୱର : କର୍ମକ୍ଷେତ୍ରରେ ଯୌନ ଶୋଷଣକାରୀଙ୍କୁ ସାବଧାନ ରୁହନ୍ତୁ । ସେମାନଙ୍କର କୈାଣସି ପ୍ରସ୍ତାବକୁ ଅଗ୍ରାହ୍ୟ କରନ୍ତୁ । ଶୋଷଣକାରୀଙ୍କ ବିରୋଧରେ ସ୍ୱର ଉଠାଇଲା ମାତ୍ରେ ଆକ୍ସନ...