The Ultimate Managed Hosting Platform
ADVERTISEMENT

ଭିଜିଲାନ୍ସ ଜାଲରେ ଜିଆରଏସ

Facebook
Twitter
LinkedIn

ଯାଜପୁର : ଭିଜିଲାନ୍ସ ଜାଲରେ ଜିଆରଏସ । ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ି ବନ୍ଧା ହେଲେ । ଯାଜପୁର ଜିଲ୍ଲା କୋରେଇ ବ୍ଲକ ଗୋଲେଇପୁର ପଞ୍ଚାୟତର ଜିଆରଏସ ଦିଲୀପ କୁମାର ଦୀକ୍ଷିତ ତେଲିଆ ଗ୍ରାମର ଜଣେ ବ୍ୟକ୍ତିଙ୍କଠାରୁ ଏହି ଲାଞ୍ଚ ନେଉଥିଲେ। ପ୍ରଧାନମନ୍ତ୍ରୀ ଆବାସରେ ଗୃହ ଯୋଗାଇବା ପାଇଁ ସେ ଲାଞ୍ଚ ମାଗୁଥିବା ନେଇ ପୂର୍ବରୁ ଭିଜିଲାନ୍ସରେ ଅଭିଯୋଗ ହୋଇଥିଲା ।ଗତକାଲି ଜିଆରଏସ ଦୀକ୍ଷିତ ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଦୁର୍ନୀତି ନିବାରଣ ବିଭାଗ ଅଧିକାରୀ ଧରିଥିଲେ । ତେବେ ଏହି ସମୁଦାୟ ଟଙ୍କା ତାଙ୍କ ଠାରୁ ସିଜ୍ କରାଯାଇଛି। ଏହା ସହ ଭିଜିଲାନ୍ସ ଟିମ୍ ଦିଲ୍ଲୀପ କୁମାର ଯାଜପୁର ସ୍ଥିତ ଘରେ ମଧ୍ୟ ଚଢ଼ଉ ଜାରି ରଖିଛି। ଏହି ପ୍ରସଙ୍ଗରେ ଏକ ମାମଲା ରୁଜୁ ହୋଇ ଆଗାମୀ ତଦନ୍ତ ଜାରି ରହିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login