ମାଲକାନଗିରି : ଭାଲୁ ପଞ୍ଝାରୁ ବାପାକୁ ବଞ୍ଚାଇଲା ୧୦ ବର୍ଷର ପୁଅ । ମାଲକାନଗିରି ସୀମାନ୍ତ ଛତିଶଗଡ ଦନ୍ତେୱାଡ଼ା ଜିଲ୍ଲାରେ ଏଭଳି ସାହସିକତାର ଦୃଶ୍ୟ ଦେଖିବାକୁ ମିଳିଛି। ଦୀର୍ଘ ସମୟ ଧରି ଭାଲୁ ସହିତ ଲଢ଼େଇ କରି ବାପାଙ୍କ ଜୀବନ ରକ୍ଷା କରିଛି ୧୦ ବର୍ଷର ନାବାଳକ । ପୁଅର ଏହି ସାହସକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଇଛି । ଭାଲୁ ଆକ୍ରମଣରେ ଆହତ ହୋଇ ଉଭୟ ବାପା ଏବଂ ପୁଅ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ହାନ୍ଦାୱାଡା ଅଞ୍ଚଳର ବାଞ୍ଜାରାମ ନେତାମ ଓ ତାଙ୍କ ଦଶ ବର୍ଷର ପୁଅ ଦୀପେନ୍ଦ୍ର ଆବୁଝମାଡ ଜଙ୍ଗଲକୁ ବାଉଁଶ କାଟିବାକୁ ଯାଇଥିଲେ । ବାଉଁଶ କାଟିବା ସମୟରେ ଭାଲୁଟି ସେମାନଙ୍କ ସାମ୍ନାକୁ ଆସି ବାଞ୍ଜାରାମଙ୍କୁ ଆକ୍ରମଣ କରିଥିଲା। । ଏହି ସମୟରେ ପୁଅ ଦୀପେନ୍ଦ୍ର ଉପସ୍ଥିତ ବୁଦ୍ଧି ଲଗାଇ ଭାଲୁ ସହିତ ଲଢେଇ କରିଥିଲା । କିଛି ସମୟ ଲଢେଇ ପରେ ପାଖରେ ପଡ଼ିଥିବା ଏକ ଠେଙ୍ଗାରେ ଭାଲୁ ଉପରେ ପ୍ରହାର କରିଥିଲା । ଜୀବନ ବିକଳରେ ଦୁହେଁ ବଡ଼ ପାଟି କରିବା ପରେ ଭାଲୁଟି ଜଙ୍ଗଲ ଭିତରକୁ ଦୌଡି ପଳାଇଥିଲା । ବାପା ପୁଅଙ୍କ ପାଟି ଶୁଣି ଗାଁ ଲୋକେ ଦୁହିଁଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରି ଦାନ୍ତେୱାଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।
ଭାଲୁ ପଞ୍ଝାରୁ ବାପାକୁ ବଞ୍ଚାଇଲା ୧୦ ବର୍ଷର ପୁଅ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











