ନବରଙ୍ଗପୁର : ନବରଙ୍ଗପୁରରେ ଭାଲୁ ଆକ୍ରମଣରେ ଠିକାଦାରଙ୍କ ମୃତ୍ୟୁ । ଶୈାଚ ପାଇଁ ଯାଇଥିବା ବେଳେ ଭାଲୁର ଆକ୍ରମଣ । ଭାରତମାଳା ପ୍ରକଳ୍ପର ଠିକାଥିଲେ । ତାଙ୍କ ନାଂ ବ୍ରିଜେଶ ଦ୍ୱିବେଦୀ । ନବରଙ୍ଗପୁର ବ୍ଲକ ଭରତାସିଉନି ରେ ଘଙ୍କିଛି ଅଘଟଣ । ତେବେ ସୂଚନା ଅନୁଯାୟୀ , ରାସ୍ତା ପାର୍ଶ୍ଵରେ ଠିକା କ୍ୟାମ୍ପରେ ଶ୍ରମିକଙ୍କ ସହ ରହୁଥିଲେ। ଆଜି ଭୋରୁ ଶୌଚ ପାଇଁ ଯିବାକୁ ବାହାରିଥିବା ବେଳେ ଭାଲୁ ହାବୁଡ଼ରେ ପଡ଼ିଥିଲେ । ଏଭଳି କି ଭାଲୁ କବଳରୁ ମୁକୁଳିବା ପାଇଁ ଭାଲୁ ସହ ଦୀର୍ଘ ସମୟ ଧରି ଲଢେ଼ଇ କରିଥିଲେ।
ଶ୍ରମିକ ଓ ଗାଁ ଲୋକ ଭାଲୁକୁ ଘଉଡେଇଵା ପାଇଁ ଉଦ୍ୟମ କରିଥିଲେ। କିନ୍ତୁ କୌଣସି ସୁଫଳ ମିଳିନଥିଲା ଜଙ୍ଗଲି ଭାଲୁ ଶିକାରରେ ଠିକାଦାର ଜଣକ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ଘଟଣା ସ୍ଥଳରେ ବନବିଭାଗ କର୍ମଚାରୀ ଓ ପୋଲିସ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି ।
Views: 86











