The Ultimate Managed Hosting Platform
ADVERTISEMENT

ଭାରସାମ୍ୟ ହରାଇ ଚଢିଗଲା ଟ୍ରକ , ୪୮ ମୃତ ଓ ୩୦ ଜଣ ଗୁରୁତର

Facebook
Twitter
LinkedIn

ନୂଆଦିଲ୍ଲୀ : ଭାରସାମ୍ୟ ହରାଇ ଟ୍ରକର ସିରିଜ ଦୁର୍ଘଟଣା । ଚାଲିଗଲା ୪୮ ଜଣଙ୍କ ଜୀବନ । କେନିଆରେ ଭୟଙ୍କର ମର୍ମନ୍ତୁଦ ଦୁର୍ଘଟଣା । ୩୦ ଜଣ ଗୁରୁତର । ବ୍ୟବସ୍ତବହୁଳ ସହର କେରିତ ଓ ନାକୁରୁ ମଝିରେ ଦୁର୍ଘଟଣା । ଭ୍ୟାନକୁ ପିଟିବା ପରେ ଲୋକଙ୍କ ଉପରେ ଚଢିଗଲା ଟ୍ରକ ।
ମୃତ୍ୟୁସଂଖ୍ୟା ଆହୁରି ବଢିବା ନେଇ ସମ୍ଭାବନା ରହିଛି । ସିପିଂ କଣ୍ଟେନର ନେଇ ଯାଉଥିବା ଟ୍ରକଟି ଭାରସାମ୍ୟ ହରାଇଥିଲା । ମିନିବସ୍, ଟ୍ରକ ସହ ଅନେକ କାରକୁ ମଧ୍ୟ ଧକ୍କା ଦେଇଥିଲା । ଘଟଣାରେ ଶୋକ ବ୍ୟକ୍ତ କରିଛନ୍ତି କେନିୟାର ରାଷ୍ଟ୍ରପତି ଭିଲିୟମ ରିଟୋ ।
ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ତୁରନ୍ତ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସ କହିଛି ଯେ, ଏପର୍ୟ୍ୟନ୍ତ ଆମେ ୪୮ ଟି ମୃତଦେହ ଉଦ୍ଧାର କରିଛୁ । ଟ୍ରକ ଭିତରେ ଜଣେ କି ୨ ଜଣ ଫସି ରହିଥିବା ଆଶଙ୍କା କରାଯାଉଛି । ଏହି ଘଟଣାର ଫୁଟେଜ ଏବଂ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ସେୟାର କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login