ବାରିପଦା : ଭାରସାମ୍ୟ ହରାଇ ଓଲଟିଲା ବସ । ୧୦ ଜଣ ଆହତ ହୋଇଛନ୍ତି । ମେଡିକାଲ କଲେଜ ରଙ୍ଗାମାଟିଆ ଛକରେ ଓଲଟିଲା ବସ । ଆହତ ମାନଙ୍କୁ ପିଆରଏମ ମେଡିକାଲରେ ଭର୍ତ୍ତି । ବସଟି ବାଲେଶ୍ୱରର ଚନ୍ଦନେଶ୍ୱରରୁ ବାରିପଦା ଆସୁଥିଲା । ଚନ୍ଦନେଶ୍ବରରୁ ବାରିପଦା ଆସୁଥିବା ଗୀତାଞ୍ଜଳୀ ନାମକ ଏକ ଘରୋଇ ଯାତ୍ରୀବାହୀ ବସ ପୂର୍ବାହ୍ନ ୧୦ଟା ୧୫ମିନିଟ ସମୟରେ ଏକ ବାଇକ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ଭାରସ୍ୟାମ ହରାଇ ରାସ୍ତା ପାର୍ଶ୍ବକୁ ଓଲଟିପଡି ଏକ ଗଛ ଦେହରେ ପିଟିହେବା ଫଳରେ ୧୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ବାରିପଦା ସଦର ଥାନା ପୋଲିସ ଓ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ୟ୍ୟ ଜାରି ରଖିଛନ୍ତି ।
Views: 82