ନୂଆଦିଲ୍ଲୀ : ଭାରତ-ପାକିସ୍ତାନ ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କଲା ଆମେରିକା । ପରସ୍ପରକୁ ଆକ୍ରମଣ ବନ୍ଦ କରିବାକୁ କହିଲେ ଡୋନାଲ୍ଡ ଟ୍ରମ୍ପ । ଭାରତ-ପାକିସ୍ତାନ ଯେସାକୁ ତେସା ନୀତି ଆପଣାଇଛନ୍ତି । ଶାନ୍ତି ମାଧ୍ୟମରେ ବିବାଦର ସମାଧାନ ପାଇଁ ଭାରତ-ପାକିସ୍ତାକୁ ଅପିଲ । ଆବଶ୍ୟକ ପଡିଲେ ଶାନ୍ତି ପାଇଁ ମଧ୍ୟସ୍ଥତା କରିବେ କହିଲେ ଟ୍ରମ୍ପ । ଉଭୟ ଦେଶକୁ ଭଲସେ ଜାଣିଛି , ଦୁଇ ଦେଶ ସହ ଆମର ଭଲ ସମ୍ପର୍କ ରହିଛି । ସ୍ଥିତି ନିୟନ୍ତ୍ରଣ ପାଇଁ ଯାଗା ସହଯୋଗ ଆବଶ୍ୟକ କରିବି । ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବନ୍ଦ ହେଉ । ଦୁଇ ଦେଶ ଉତ୍ତେଜନା ନବଢାଇକୁ ପରାମର୍ଶ ଦେଇଛନ୍ତି ଟ୍ରମ୍ପ । ଯଦି ଏହି ପ୍ରସଙ୍ଗରେ ସେ କିଛି କରିପାରିବେ ତେବେ ନିଶ୍ଚୟ କରିବେ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି । ଭାରତର ‘ଅପରେସନ ସିନ୍ଦୂର’ ପରେ ବିଳିବିଳେଇ ଉଠିଛି ପାକିସ୍ତାନ । ଆତଙ୍କବାଦୀଙ୍କ ଆଡ୍ଡା ଉପରେ ଭାରତୀୟ ସେନାର ଆକ୍ରମଣ ପରେ ଉଗ୍ର ହେଉଛି ସେହବାଜ ସରକାର । ପାକିସ୍ତାନ ସଂସଦରେ ଏୟାରଷ୍ଟ୍ରାଇକକୁ ସ୍ୱୀକାର କରିଛନ୍ତି ସେହେବାଜ ସରିଫ୍ । ବୁଧବାର ବିଳମ୍ୱିତ ରାତିରେ ସଂସଦରୁ ଦେଶକୁ ସମ୍ୱୋଧନ କରି ପାକ୍ ପ୍ରଧାନମନ୍ତ୍ରୀ ବଡ ବୟାନ ଦେଇଛନ୍ତି । କହିଛନ୍ତି, ଭାରତ ମଙ୍ଗଳବାର ରାତିରେ ଯାହା କରିଛି, ତାର ଗମ୍ଭୀର ପରିଣତ ଭୋଗିବ । ଭାରତକୁ ପ୍ରତ୍ୟେକ ରକ୍ତ ବୁନ୍ଦାର ହିସାବ ଦେବାକୁ ପଡିବ, ଏହି ବର୍ବରତା ପାଇଁ ଭାରତ ବଡ ମୂଲ୍ୟ ଦେବ ବୋଲି ଚେତାବନୀ ଦେଇଛନ୍ତି ।
ଭାରତ-ପାକିସ୍ତାନ ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କଲା ଆମେରିକା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











