ନୂଆଦିଲ୍ଲୀ : ରୋହିତ ଶର୍ମାଙ୍କୁ ‘ମୋଟା’ କହୁଥିବା କଂଗ୍ରେସ ପ୍ରବକ୍ତା ଶାମା ମହମ୍ମଦ ମଧ୍ୟ ଟିମ ଇଣ୍ଡିଆକୁ ଏହି ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି ଯେ, ମୁଁ ଫାଇନାଲ ମ୍ୟାଚକୁ ନେଇ ଖୁବ ଉତ୍ସାହିତ ଅଛି। କଂଗ୍ରେସ ପ୍ରବକ୍ତା ଶାମା ମହମ୍ମଦ କହିଛନ୍ତି, “ମୋତେ ବହୁତ ଖୁସି ଲାଗୁଛି ଯେ, ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଅଷ୍ଟ୍ରେଲିଆର ବିପକ୍ଷ ସେମିଫାଇନାଲ ମ୍ୟାଚ ଜିତିଛି । ବିରାଟ କୋହଲିଙ୍କୁ ୮୪ ରନ କରିବା ପାଇଁ ଅଭିନନ୍ଦନ ଜଣାଉଛି । ମୁଁ ଫାଇନାଲ ମ୍ୟାଚ ଦେଖିବାକୁ ଖୁବ୍ ଉତ୍ସାହିତ ଅଛି।” ଆଇସିସି ଚାମ୍ପିୟନ୍ସ ଟ୍ରଫିର ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ହରାଇ ଟିମ ଇଣ୍ଡିଆ ଫାଇନାଲରେ ପ୍ରବେଶ କରିଛି । ଟିମ୍ ଇଣ୍ଡିଆର ବିଜୟରେ ସମଗ୍ର ବିଶ୍ବରୁ ଭାରତୀୟ କ୍ରିକେଟ ପ୍ରେମୀ ଟିମ୍ ଏବଂ ରୋହିତ ଶର୍ମାଙ୍କୁ ଶୁଭେଚ୍ଛା ଜଣଶଉଛନ୍ତି ।
Views: 24