The Ultimate Managed Hosting Platform
ADVERTISEMENT

ଭାରତ ଆସୁଛନ୍ତି ବାଇଡେନ

Facebook
Twitter
LinkedIn

ନୂଆଦିଲ୍ଲୀ : ଭାରତ ଗସ୍ତରେ ବାହାରିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଜି-୨୦ ଶିଖର ସମ୍ମିଳନୀରେ ଭାଗ ନେବା ପାଇଁ ଆସୁଛନ୍ତି ବାଇଡେନ । ଆଜି ସନ୍ଧ୍ୟା ୭ଟା ବେଳେ ସେ ଦିଲ୍ଲୀରେ ପହଞ୍ଚିବେ । ବାଇଡେନଙ୍କୁ ସ୍ବାଗତ ପାଇଁ ବିରାଟ ପ୍ରସ୍ତୁତି କରାଯାଇଛି । ଆଜି ପ୍ରଧାନମନ୍ତ୍ରୀ ମୋଦି-ବାଇଡେନଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ରହିଛି। ରାତି ୮ଟା ବେଳେ ଦୁଇ ରାଷ୍ଟ୍ର ନେତାଙ୍କ ଭିତରେ ସାକ୍ଷାତ ଆଲୋଚନା ହେବ । ଗତ ଜୁନ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତ ସମୟରେ ମଧ୍ୟ ଭାରତ-ଆମେରିକା ଦ୍ବିପାକ୍ଷିକ ଆଲୋଚନା ହୋଇଥିଲା। ୪ ମାସ ଭିତରେ ଦ୍ବିତୀୟ ଥର ପାଇଁ ନରେନ୍ଦ୍ର ମୋଦି- ଜୋ ବାଇଡେନ୍ ଆଲୋଚନା କରିବେ। କେଉଁ ପ୍ରସଙ୍ଗ ଉପରେ ଆଲୋଚନା ହେବା ତା ଉପରେ ସମସ୍ତଙ୍କ ନଜର ରହିଛି। ଆମେରିକା ନ୍ୟାସନାଲ ସିକ୍ୟୁରିଟ୍ କାଉନସିଲର କୋର୍ଡିନେଟର ଜନ୍ କିର୍ବି କହିଛନ୍ତି, ଜି-୨୦ ସମ୍ମିଳନୀର ଏଜେଣ୍ଡା ଉପରେ ହେବ କଥାବାର୍ତ୍ତା। ଏହାସହ ଜି-୨୦ ଦେଶ ସମୁହ ମଧ୍ୟରେ ଅର୍ଥନୈତିକ ସହଯୋଗ, ଜଳବାୟୁ ପରିବର୍ତ୍ତନ, କ୍ଲିନ୍ ଏନର୍ଜୀ ସହ ରୁଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗ ଉଠିପାରେ ବୋଲି ଜନ୍ କିର୍ବି କହିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login