ଏଫଆଇଏଚ୍ ପ୍ରୋ ଲିଗ୍ ପାଇଁ ୨୦ ଜଣିଆ ଭାରତୀୟ ପୁରୁଷ ହକି ଦଳ ଘୋଷଣା କରାଯାଇଛି। ଏଥିରେ ୨ଜଣ ଓଡିଆ ସ୍ଥାନ ପାଇଛନ୍ତି । ଅଲିମ୍ପିଆନ୍ ଅମିତ ରୋହିଦାସ ଏବଂ ଅନ୍ତର୍ଜାତୀୟ ଖେଳାଳି ଶିଳାନନ୍ଦ ଲାକ୍ରା ଦଳରେ ସ୍ଥାନ ପାଇଛନ୍ତି ।

ଦକ୍ଷିଣ ଆଫ୍ରିକାରେ ଫେବୃଆରୀ ୮ରୁ ୧୩ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ପ୍ରୋ ଲିଗ୍ ପାଇଁ ତାଲିକା ପ୍ରକାଶ ପାଇଛି । ଏହି ଦଳର କ୍ୟାପଟେନ ଭାବେ ମନପ୍ରୀତ ସିଂ ଓ ଭାଇସ କ୍ୟାପଟେନ ହରମନପ୍ରୀତ ସିଂକୁ ଚୟନ କରାଯାଇଛି । ଚଳିତ ଲିଗରେ ଭାରତୀୟ ହକି ଦୁଇ ନୂଆ ଖେଳାଳିଙ୍କୁ ସୁଯୋଗ ଦେଇଛି । ଯୁବରାଜ ସିଂ ଓ ଅଭିଷେକ ନୂତନ ଖେଳାଳି ଭାବେ ଲିଗରେ ସାମିଲ ହୋଇଛନ୍ତି ।
Views: 263