ନୂଆଦିଲ୍ଲୀ : ଭାରତରେ ପହଁଚିଲେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ । ପରିବାରବର୍ଗଙ୍କ ସହ ଦିଲ୍ଲୀ ବିମାନ ବନ୍ଦରରେ ପହଁଚିଲେ । ବିମାନ ବନ୍ଦରରେ ସ୍ୱାଗତ କଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ୪ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ଜେଡି ଭାନ୍ସ । ତାଙ୍କୁ ଏୟାରପୋର୍ଟରେ ସ୍ବାଗତ କରିଥିଲେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ୪ ଦିନିଆ ଭାରତ ଗସ୍ତରେ ଅଛନ୍ତି ଜେଡି ଭାନ୍ସ । ଆଜି ସଂଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିବେ । ଫୋକସରେ ରହିବ ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟ ସମ୍ପର୍କ ବୃଦ୍ଧି । ରାଷ୍ଟ୍ରପତି ଟ୍ରମ୍ପଙ୍କ ପାଲଟା ଟାରିଫ ବିବାଦ ଭିତରେ, ମୋଦି-ଭାନ୍ସଙ୍କ ଆଲୋଚନା ଗୁରୁତ୍ବ ବହନ କରୁଛି । ଆଲୋଚନା ପରେ ପ୍ରଧାନମନ୍ତ୍ରୀ ମୋଦି ଉପରାଷ୍ଟ୍ରପତି ଭାନ୍ସଙ୍କ ସହ ଅନ୍ୟ ଆମେରିକୀୟ ଅଧିକାରୀଙ୍କ ପାଇଁ ରାତ୍ରୀ ଭୋଜନର ଆୟୋଜନ କରିଛନ୍ତି । ଜୟପୁରର ଐତିହାସିକ ସ୍ଥଳ ଓ ଆଗ୍ରାର ତାଜମହଲ ପରିଦର୍ଶନର କାର୍ୟ୍ୟକ୍ରମ ରହିଛି । ଆସନ୍ତାକାଲି ଜୟପୁରର ଅମେର ଫର୍ଟ ଓ କେତେକ ପ୍ରସିଦ୍ଧ ପର୍ୟ୍ୟଟନ ସ୍ଥଳୀକୁ ଯିବେ ଭାନ୍ସ। ୨୩ରେ ଆଗ୍ରା ଯାଇ ତାଜମହଲ ଓ ଶିଳ୍ପଗ୍ରାମ ପରିଦର୍ଶନ କରିବେ । ସଂଧ୍ୟାରେ ପୁଣି ଜୟପୁର ଫେରିଯିବେ। ୨୪ରେ ଆମେରିକା ପ୍ରତ୍ୟାବର୍ତ୍ତନ କରିବେ ଜେଡି ଭାନ୍ସ ।
ଭାରତରେ ଆମେରିକା ଉପରାଷ୍ଟ୍ରପତି

Facebook
Twitter
LinkedIn
Facebook
Twitter
LinkedIn
Recent News
ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ
ବିହାର : ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ । ବିହାର ସିବାନ ଜିଲ୍ଲାରେ ଘଟିଛି ଏହି ଘଟଣା । ଭଗବାନପୁର...
ରୋହିଙ୍ଗ୍ୟା ସନେ୍ଦହରେ ପ୍ରାୟ ୪୪୦ ଅଟକ
ଝାରସୁଗୁଡା : ଝାରସୁଗୁଡ଼ାରେ ରୋହିଙ୍ଗ୍ୟା । ରୋହିଙ୍ଗ୍ୟା ସନ୍ଦେହରେ ପ୍ରାୟ ୪୪୦ ଜଣ ଅଟକ। ଝାରସୁଗୁଡାର ବ୍ଲାକ ଡାଇମଣ୍ଡ ସ୍କୁଲ ଓ ଏକ କଲ୍ୟାଣ ମଣ୍ଡପରେ ଅଟକମାନଙ୍କୁ...
ଆସନ୍ତାକାଲି ଭାରତ ବନ୍ଦ, ମିଳିତ ମଞ୍ଚର ଧର୍ମଘଟ ଡାକରା
ନୂଆଦିଲ୍ଲୀ : ଆସନ୍ତାକାଲି ଭାରତ ବନ୍ଦ । ୨୫ କୋଟିରୁ ଅଧିକ ଶ୍ରମିକ, ଯେଉଁମାନେ ବ୍ୟାଙ୍କିଙ୍ଗ, ଡାକ ସେବା, ଖଣି, ନିର୍ମାଣ ଓ ପରିବହନ ଭଳି ସରକାରୀ...
ଆସାମରେ ଭୂକମ୍ପର ଝଟକା
ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...