ବୈପାରୀଗୁଡା : ଭାତ, ଡାଲମା ଖାଇ ଛାତ୍ରଛାତ୍ରୀ ଅସୁସ୍ଥ । ୩୫ ଜଣ ଛାତ୍ରଛାତ୍ରୀଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । କୋରାପୁଟ ବୈପାରୀଗୁଡ଼ା ଶିରିବେଡ଼ା ପିଏମଶ୍ରୀ ବିଦ୍ୟାଳୟର ତୃତୀୟ ଶ୍ରେଣୀରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀ ରାତିରେ ଭାତ-ଡାଲମା ଖାଇଥିଲେ । ଏହାପରେ ସମସ୍ତେ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ । ପ୍ରଧାନ ଶିକ୍ଷକ ତୁରନ୍ତ ସେମାନଙ୍କୁ ବୈପାରୀଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ବର୍ତ୍ତମାନ ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ନେଇ ହସପିଟାଲ ପକ୍ଷରୁ ସୂଚନା ଦିଆଯାଇଛି ।
Views: 71











