The Ultimate Managed Hosting Platform
ADVERTISEMENT

ଭାଗଲପୁରରେ ତୃତୀୟ ମହଲା କୋଠାରେ ବୋମା ବିସ୍ଫୋରଣ ଘଟି ୪ ମୃତ

Facebook
Twitter
LinkedIn

ବିହାର : ବିଲ୍ଡିଂରେ ବୋମା ବିସ୍ଫୋରଣ । ଗୁରୁବାର ରାତିରେ ବିହାରର ଭାଗଲପୁରରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଏକ ବିଲ୍ଡିଂରେ ବୋମା ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ତିନି ମହଲା ବିଶିଷ୍ଟ ଘର ଧ୍ୱସ୍ତବିଧ୍ୱସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ୪ଜଣଙ୍କର ମୃତ୍ୟୁ ଘଟିଛି ସହ ସେହିଭଳି ୧୨ଜଣ ଆହତ ମଧ୍ୟ ହୋଇଛନ୍ତି ।


ଆଖପାଖ ଲୋକଙ୍କ କହିବା ଅନୁଯାୟୀ ଏହି ଘରେ ବୋମା ତିଆରି କରାଯାଉଥିଲା । କାଜଭାଲିଚକ ଅଞ୍ଚଳର ଅନାଥ ଆଶ୍ରମ ନିକଟରେ ଏହି ଘଟଣା ବିଷୟରେ କୁହାଯାଉଛି । କୋଟୱାଲିଠାରୁ ମାତ୍ର ୧୦୦ ମିଟର ଦୂରରେ ଏହି ବିସ୍ଫୋରଣ ଘଟିଥିଲା । ବୋମା ବିସ୍ଫୋରଣ ଯୋଗୁଁ ଏହି ବିସ୍ଫୋରଣ ହୋଇଥିବା ସନ୍ଦେହ କରାଯାଉଛି । ତେବେ ଏହି ବିସ୍ଫୋରଣରେ ତିନି ମହଲା କୋଠା ସମ୍ପୂର୍ଣ୍ଣ ଭାବେ ଭୁଶୁଡି ପଡିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login