The Ultimate Managed Hosting Platform
ADVERTISEMENT

ବ୍ୟାପିଲା ଝାଡାବାନ୍ତି , ୬୦ ଆକ୍ରାନ୍ତ

Facebook
Twitter
LinkedIn

ବରଗଡ : ଅତାବିରା ବ୍ଲକ ହିରଲୀପାଲି ଗାଁରେ ଝାଡାବାନ୍ତି । ଝାଡାବାନ୍ତିରେ ୬୦ରୁ ଅଧିକ ଆକ୍ରାନ୍ତ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି । ହିରପାଲ୍ଲୀ ଗାଁରେ ଅତାବିରା ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ଟିମ । ପାଣି ନମୁନା ସଂଗ୍ରହ ସହ ଲୋକଙ୍କୁ କରୁଛନ୍ତି ସଚେତନ । ଏପଟେ କଣାସ ଜଙ୍କିଆ ଗଡ଼ସାହିରେ ଝାଡାବାନ୍ତିରେ ଆଶାମଣୀ ବେହେରା ନାମକ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ମେଡିକାଲ କର୍ତ୍ତୃପକ୍ଷ କିନ୍ତୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ବ୍ରହ୍ମପୁର ଏମକେସିଜିରେ ହଇଜା ନେଲା ଆଉ ଏକ ଜୀବନ । ଏହାକୁ ମିଶାଇ ଗଞ୍ଜାମ ଜିଲ୍ଲାରେ ହଇଜା ଆକ୍ରାନ୍ତରେ ମୃତ୍ୟୁ ସଂଖ୍ୟା ୩ରେ ପହଞ୍ଚିଛି । ମୃତକ ଜଣକ ହେଲେ ଗଞ୍ଜାମ ଜିଲ୍ଲା କଂସାମାରୀ ଗ୍ରାମର ୭୫ ବର୍ଷୀୟ ବୃଦ୍ଧା କେ.ପୁନି ରେଡ୍ଡୀ । ୩ଦିନ ତଳେ ସେ ହଇଜା ଆକ୍ରାନ୍ତ ହୋଇ ଏମକେସିଜିରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ରାଜ୍ୟର ବିଭିନ୍ନ ଅଞ୍ଚଳ ପରେ ବ୍ରହ୍ମପୁର ସମେତ ଗଞ୍ଜାମ ଜିଲ୍ଲାକୁ ଛୁଇଁଛି ହଇଜା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login