ନୂଆଦିଲ୍ଲୀ : ହୁକ୍କା ହେଲା ବ୍ୟାନ । ହୁକ୍କା ଉତ୍ପାଦର କିଣା ବିକା ଉପରେ ଲାଗିଲା ପ୍ରତିବନ୍ଧକ । କଟକଣା ଲଗାଇଲେ କର୍ଣ୍ଣାଟକ ସରକାର । ଲୋକଙ୍କ ସ୍ୱାସ୍ଥ୍ୟକୁ ଆଖିଆଗରେ ରଖି ଏପରି ନିଷ୍ପତ୍ତି ।
ସାର୍ବଜନୀନ ସ୍ୱାସ୍ଥ୍ୟ ଓ ଯୁବବର୍ଗଙ୍କ ସୁରକ୍ଷା ଦୃଷ୍ଟିରୁ କର୍ଣ୍ଣାଟକ ସରକାର ହୁକ୍କା ଉପରେ ବ୍ୟାନ୍ ଲଗାଇବାର ନିଷ୍ପତ୍ତି ନେଇଛନ୍ତି । ଧୂମ୍ରପାନକୁ ନେଇ ଦେଖା ଦେଉଥିବା ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟାକୁ ଆଖି ଆଗରେ ରଖି ଏପରି ବ୍ୟାନ୍ ଲଗାଯାଇଛି । ଅନ୍ୟପଟେ ଭବିଷ୍ୟତର ପିଢିକୁ ଏକ ସୁରକ୍ଷିତ ଏବଂ ସ୍ୱାସ୍ଥ୍ୟକର ବାତାବରଣ ଦେବା ଆମ କାମ ବୋଲି କହିଛନ୍ତି କର୍ଣ୍ଣାଟକର ସ୍ୱାସ୍ଥ୍ୟମନ୍ତ୍ରୀ ଦିନେଶ ଗୁଣ୍ଡୁ ରାଓ ।
ଏହାପୂର୍ବରୁ କର୍ଣ୍ଣାଟକର ସ୍ୱାସ୍ଥ୍ୟମନ୍ତ୍ରୀ ଏନେଇ ୨୦୨୩ ମସିହା ସେପ୍ଟେମ୍ବର ମାସରେ ଘୋଷଣା କରିଥିଲେ । ତା ସହିତ ତମାଖୁ ସେବନର ବୟସକୁ ମଧ୍ୟ ୧୮ରୁ ବୃଦ୍ଧି କରି ୨୧ କରିଥିଲେ କର୍ଣ୍ଣାଟକ ସରକାର । ସେତେବେଳେ ଏହାକୁ କର୍ଣ୍ଣାଟକର ଅନେକ ରେସ୍ତୋରାଂ ଏବଂ ବାର୍ ବିରୋଧ କରିଥିଲେ । ହେଲେ ସେ ସବୁକୁ ପଛରେ ରଖି କର୍ଣ୍ଣାଟକ ସରକାର କିନ୍ତୁ ହୁକ୍କା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।
ଗତ ବର୍ଷ ହରିୟାଣାରେ ମଧ୍ୟ ଏପରି ନିଷ୍ପତ୍ତି ନିଆଯାଇଥିଲ । ହରିୟାଣାର ସମସ୍ତ ହୋଟେଲ, ରେସ୍ତୋରାଂ, ବାର୍ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନରେ ଗ୍ରାହକଙ୍କୁ ହୁକ୍କା ଦେବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ଆଉ ଏବେ କର୍ଣ୍ଣାଟକରେ ମଧ୍ୟ ଏହି ନିୟମ ଲାଗୁ ହେଇଛି ।
ବ୍ୟାନ ହେଲା ହୁକ୍କା

Facebook
Twitter
LinkedIn
Facebook
Twitter
LinkedIn
Recent News
ଖାଁ ଖାଁ ଶ୍ରୀମନ୍ଦିର, ନବଦିନାତ୍ମକ ଲୀଳାଖେଳା କରୁଛନ୍ତି ବିଶ୍ୱନିୟନ୍ତା
ପୁରୀ : ଏବେ ନୀଳକନ୍ଦର ଛୀଡି ବଡଦାଣ୍ଡରେ ବଳିଆରଭୂଜ । ନବଦିନାତ୍ମକ ଲୀଳାଖେଳା କରୁଛନ୍ତି ବିଶ୍ୱନିୟନ୍ତା । ଧରାପୃଷ୍ଠରେ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ ।...
ରଥଟଣା ବିଳମ୍ବର ୩ ପ୍ରମୁଖ କାରଣ
ପୁରୀ : ଗତକାଲି ପବିତ୍ର ଗୁଣ୍ଡିଚା ଯାତ୍ରାରେ ରଥ ଟଣା ଶେଷ ହୋଇପାରି ନ ଥିଲା । କାହିଁକି ଶେଷ ହୋଇ ପାରିନ ଥିଲା ତାର କାରଣ...
ଦେଶୀ ମଦ ବୋଝେଇ ଗାଡି ଜବତ
ସୋରେ : ଦେଶୀ ମଦ ବୋଝେଇ ଗାଡି ଜବତ । ମବାସୀ ଗୋଡେଇ ଗୋଡେଇ ଧରିଲେ ମଦ ଗାଡି । ଗାଡ଼ିରୁ ବାହାରିଲା ବିପୁଳ ପରିମାଣର ଦେଶୀ...
ନୂଆ ଲୁକରେ ରଶ୍ମିକା , “ମାଇଁସା”ରେ ନଜର ଆସିବେ
ମୁମ୍ବାଇ : ଆଗାମୀ ଫିଲ୍ମର ପୋଷ୍ଟର ସୋସିଆଲ ମିଡିଆରେ ଜାରି କଲେ ରଶ୍ମିକା ମନ୍ଦାନା । ଛାବାର ଦମଦାର ସଫଳତା ପରେ ରଶ୍ମିକା ମନ୍ଦାନା ଏହି ସମୟରେ...