The Ultimate Managed Hosting Platform
ADVERTISEMENT

ବ୍ୟାଟେରୀ ଚାର୍ଜିଂ ବେଳେ ଫାଟିଲା ଇ-ସ୍କୁଟର

Facebook
Twitter
LinkedIn

ଗାଜିଆବାଦ : ବ୍ୟାଟେରୀ ଚାର୍ଜିଂ ବେଳେ ଫାଟିଲା ଇ-ସ୍କୁଟର। ଏଠାରେ ଏକ ଘରେ ଇଲେକ୍ଟ୍ରିକ୍ ସ୍କୁଟର ଚାର୍ଜିଂ ବେଳେ ସେଥିରେ ନିଆଁ ଲାଗିଯାଇଥିଲା। ନିଆଁ ଏତେ ଭୟଙ୍କର ଥିଲା ଯେ ସ୍କୁଟର ସହିତ ଘରର ଜିନିଷପତ୍ର ମଧ୍ୟ ଜଳି ପାଉଁଶ ହୋଇଯାଇଛି। ଘଟଣା ଉତ୍ତର ପ୍ରଦେଶର ଗାଜିଆବାଦର। ସୂଚନା ମୁତାବକ, ଘଟଣା ଗାଜିଆବାଦର ମୋହଲ୍ଲା ନୁରଗଞ୍ଜ କଲୋନୀର। ଏଠାରେ ତସଲିମଙ୍କ ପରିବାର ରୁହନ୍ତି। ବୁଧବାର ରାତିରେ ତସଲିମଙ୍କ ପୁଅ ସୁବହାନ ନିଜର ଇଲେକ୍ଟ୍ରିକ୍ ସ୍କୁଟରକୁ ଚାର୍ଜରେ ଲଗାଇଥିଲେ। ଏହାର କିଛି ସମୟ ପରେ ସେଥିରେ ଭୟଙ୍କର ବିସ୍ଫୋରଣ ହୋଇଥିଲା ଏବଂ ସ୍କୁଟରରେ ନିଆଁ ଲାଗିଯାଇଥିଲା। ପରିବାର ଲୋକେ କିଛି ଭାବିବା ଆଗରୁ ନିଆଁ ଉଗ୍ର ରୂପ ଧାରଣ କରିଥିଲା। ନିଆଁ ସଂସ୍ପର୍ଶରେ ଆସି ଘରର ଜିନିଷପତ୍ର ଜଳି ପାଉଁଶ ହୋଇଯାଇଥିଲା। ଘର ମାଲିକ କହିଛନ୍ତି ଯେ ଏହି ଦୁର୍ଘଟଣାରେ ତାଙ୍କର ଲକ୍ଷାଧିକ ଟଙ୍କାର କ୍ଷତି ହୋଇଛି।
ଖବର ପାଇ ଆଖପାଖର ଲୋକେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ କାବୁ କରିବାକୁ ଚେଷ୍ଟା କରିଥିଲେ। ଅନେକ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ଦୁର୍ଘଟଣାରେ କେହି ଆହତ ହୋଇ ନାହାନ୍ତି। ବିଶେଷଜ୍ଞମାନଙ୍କ କହିବା ହେଲା, ଚାର୍ଜିଂ ସମୟରେ ବ୍ୟାଟେରୀର ତାପମାତ୍ରା ବଢ଼ିଯାଇଥାଏ। ଏଭଳି ସ୍ଥିତିରେ ଶର୍ଟ ସର୍କିଟ୍ ହେବାର ସମ୍ଭାବନା ଅଧିକ ଥାଏ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login