The Ultimate Managed Hosting Platform
ADVERTISEMENT

ବ୍ଲକସ୍ତରୀୟ ଶିଶୁ ଶ୍ରମିକ ମୁକ୍ତ ଅଞ୍ଚଳ କାର୍ଯ୍ୟକ୍ରମ

Facebook
Twitter
LinkedIn

ଯୋଡା : କେନ୍ଦୁଝର ଜିଲ୍ଲା ପଶ୍ଚିମ ଯୋଡା ଅଡିଟୋରିୟମ ଠାରେ ପଞ୍ଚାୟତିରାଜ ଅନୁଷ୍ଠାନ ଓ ଆସ୍ପାୟାରର ମିଳିତ ଆନୁକୂଲ୍ୟରେ ବ୍ଲକସ୍ତରୀୟ ଶିଶୁ ଶ୍ରମିକ ମୁକ୍ତ ଅଞ୍ଚଳ ଘୋଷଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଖଣିଖାଦାନ ଭରା ଉପାନ୍ତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଯୋଡା ବ୍ଲକରେ ଆବାସିକ ଶିକ୍ଷା ବ୍ୟବସ୍ଥା ସହ ଶିକ୍ଷାର ମୁଖ୍ୟସ୍ରୋତରେ ଯୋଡିବା ପାଇଁ ୨୦୧୫ ମସିହାରେ ବେସରକାରୀ ସଂସ୍ଥା ଟାଟାଷ୍ଟିଲ ଫାଉଣ୍ଡେସନ ସହାୟତାରେ ଆସ୍ପାୟାର କାର୍ଯ୍ୟ କରି ଆସୁଛି । ଶିଶୁ ସୁରକ୍ଷା ଅଧିକାର ସହ ଶିକ୍ଷାର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରି ସଫଳ ହୋଇଛି । ଏହି ପରିପ୍ରେକ୍ଷୀରେ ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପଦ୍ମଶ୍ରୀ ତୁଳସୀ ମୁଣ୍ଡା,ସମାଜସେବୀ ଦମୟନ୍ତୀ ସାମଲ,ବିଧାୟିକା ପ୍ରତିନିଧି ବାବୁଲାଲ ସାହୁ,ଯୋଡା ବ୍ଲକ ଅଧ୍ୟକ୍ଷ କବୀନ୍ଦ୍ର ନାଏକ,ଯୋଡା ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ମୃଦୁଳା ମହାନ୍ତି,ଯୋଡା ବ୍ଲକ ବିଇଓ କ୍ଷେତ୍ରମୋହନ ହାସଦା,ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସ୍ୱରୂପ ରାଜ ବିଷୋୟୀ,ନିରଞ୍ଜନ ବହିଦାର,ଜିଲ୍ଲାପରିଷଦ ଶଶୀକାନ୍ତ ଖିଲାର,ଙ୍କ ସହ ଏହି କାର୍ଯ୍ୟକ୍ରମକୁ ଅନ୍ୟ ମାନେ ପରିଚାଳନା କରିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login