The Ultimate Managed Hosting Platform
ADVERTISEMENT

ବ୍ରାଜିଲରେ ବନ୍ୟା, ୨୧ ମୃତ

Facebook
Twitter
LinkedIn

ନୂଆଦିଲ୍ଲୀ : ବ୍ରାଜିଲରେ ଅବସ୍ଥା ଏବେ ସାଂଘାତିକ । ବାତ୍ୟା ଯୋଗୁଁ ୨୧ ଜଣ ମୃତ୍ୟୁବରଣ କରିଛନ୍ତି । ବାତ୍ୟା ଯୋଗୁଁ ଜଳ ପ୍ରଳୟ ଦେଖାଦେଇଛି । ହଜାର ହଜାର ଲୋକ ବିସ୍ଥାପିତ ହୋଇଛନ୍ତି । ବାତ୍ୟାରେ ମୃତକଙ୍କ ସଂଖ୍ୟା ବଢିପାରେ । ସ୍ଥାନୀୟ ମିଡିଆ ରିପୋର୍ଟ ମୁତାବକ, ମୁକୁମ ସହରର ୮୫ ପ୍ରତିଶତ ଭାଗରେ ବନ୍ୟା ଆସିଛି । ଶତାଧିକ ଲୋକ ଘର ଛାତ ଉପରେ ଆଶ୍ରୟ ନେଇଛନ୍ତି । ୫୦୦୦ରୁ ଅଧିକ ଲୋକ ଘର ଛାତ ଉପରେ ଆଶ୍ରୟ ନେଇଛନ୍ତି । ଏମାନଙ୍କୁ ଆକାଶ ପଥରେ ଉଦ୍ଧାର କରାଯାଉଛି । ଏହି ସହରର ୮୫ ପ୍ରତିଶତ ଅଞ୍ଚଳ ପାଣିରେ ବୁଡିଛି । ମୂଷଳଧାରା ବର୍ଷାରେ ଅନେକ ଘର ଭାସିଯାଇଛି ।
ଖବର ମୁତାବକ, ଦକ୍ଷିଣ ବ୍ରାଜିଲରେ ୨୪ ଘଣ୍ଟାରୁ କମ୍ ସମୟରେ ୩୦୦ ମିମିରୁ ଅଧିକ ବର୍ଷା ହୋଇଛି । ଏହାପରେ ବନ୍ୟା ଏବଂ ଭୂସ୍ଖଖନ ହୋଇଛି । ବନ୍ୟା ଯୋଗୁଁ ୨୧ ଜଣଙ୍କର ପ୍ରାଣ ଯାଇଛି । ଏଠାରେ ଉଦ୍ଧାର କାର୍ୟ୍ୟ ଜାରି ରହିଛି । ପ୍ରବଳ ବର୍ଷା ଯୋଗୁଁ ଉଦ୍ଧାରକାରୀ ଟିମକୁ ଅନେକ ସମସ୍ୟା ସାମ୍ନା କରିବାକୁ ପଡଛି । ସହରର ଅନେକ ଘରେ ପାଣି ଭରିଛି । ବ୍ରାଜିଲର ରିଓ ଗ୍ରାଣ୍ଡ ଡୋ ସୁଲ ଗଭର୍ଣ୍ଣର ଆପତ୍ତକାଳିନୀ ସ୍ଥିତି ଘୋଷଣା କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login