ଭଦ୍ରକ : ବ୍ରାଉନସୁଗାର ମାଫିଆଙ୍କ ଘରେ ରେଡ । ମୁଢି , ମିକ୍ସଚର, ଚାଉଳ ଡବାରୁ ବାହାରିଲା ପୁଳା ପୁଳା ଟଙ୍କା । ଏତେ ଟଙ୍କା ବାହାରିଥିଲେ ଯେ ହାତରେ ଗଣି ପାରିନଥିଲା । ତେଣୁ ଟଙ୍କା ଗଣିବା ପାଇଁ ମେସିନ୍ ଆଣିବାକୁ ପଡ଼ିଥିଲା । ଏବେ ମଧ୍ୟ ଚଢ଼ଉ ଜାରି ରହିଛି। ଏହି ଘଟଣାରେ ଭଦ୍ରକ ପୋଲିସ୍ ମହିଳା ବ୍ରାଉନ୍ସୁଗର ମାଫିଆଙ୍କୁ ଅଟକ ରଖି ପଚରାଉଚରା କରୁଛି । ବର୍ତ୍ତମାନ ସୁଦ୍ଧା ନଗଦ ୩୦ ଲକ୍ଷ ଟଙ୍କା ଓ ସୁନା ଜବତ ହେଲାଣି । ଏହା ସହ ୧୭ ଗ୍ରାମ ବ୍ରାଉନ ସୁଗର ବି ଜବତ ହୋଇଛି । ଭଦ୍ରକ ପୌରାଞ୍ଚଳ ଅଧିନ ଏଲଖା ନୟାନଗର ସ୍ଥିତ ଏକ ଭଡା ଘରେ ଓ ମିର୍ଜାପୁର ଅଞ୍ଚଳରେ ଚଢାଉ କରାଯାଇଛି । ଏଲଖା ନୟାନଗର ଅଞ୍ଚଳରୁ ୨୮ ଲକ୍ଷ ଟଙ୍କା ଓ ମିର୍ଜାପୁର ଅଞ୍ଚଳରୁ ପ୍ରାୟ ୨ ଲକ୍ଷ ଟଙ୍କା ଜବତ ହୋଇଛି । ଗତ କିଛି ଦିନ ହେବ ଏହି ଭଡ଼ା ଘରେ ବହୁ ବେଆଇନ କାର୍ୟ୍ୟ ଚାଲୁଥିବା ଏସପିଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଭଦ୍ରକ ଏସପିଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଏସପି ଅଂଶୁମାନ ଦ୍ବିବେଦୀଙ୍କ ନେତୃତ୍ବରେ ଭଦ୍ରକ ଟାଉନ ଥାନା ପୋଲିସ ଏବଂ ପୁରୁଣା ବଜାର ପୋଲିସ ମିଳିତ ଚଢାଉ କରିଥିଲେ । ମାମଲାରେ ସମ୍ପୃକ୍ତ ଜଣେ ମହିଳାଙ୍କୁ ଧରିଥିଲା ପୋଲିସ ।
ବ୍ରାଉନସୁଗର ମାଫିଆଙ୍କ ଘରେ ରେଡ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











