The Ultimate Managed Hosting Platform
ADVERTISEMENT

ବୋରୱେଲରୁ ଶିଶୁ ଉଦ୍ଧାର ପରେ ଚାଲିଛି ତନାଘନା

Facebook
Twitter
LinkedIn

ସମ୍ବଲପୁର : ମା’ ତୁ ମତେ କେମିତି ଏମିତି ଫୋପାଡି ଦେଲୁ । ମାତ୍ର ଦିନକର ଛୁଆଟିଏ ମୁଁ । ଏ ଦୁନିଆକୁ ମୋତେ ଆଣିଲୁ କିନ୍ତୁ ବଞ୍ଚିବା ନ ଶିଖେଇ ମୋତେ ମାରିଦେବାକୁ ବସିଥିଲୁ । ତେବେ ଜନ୍ମ ଦେଉଥିଲୁ କାହିଁକି ? ଏ ଦୁନିଆକୁ ଆଣୁଥିଲୁ କାହିଁକି ? ନା ମୁଁ କେଉଁ ପାପରୁ ଜନ୍ମ । ଯଦି ବଞ୍ଚେଇବାର ନ ଥିଲା ଏ ଜନ୍ମ ଦେଲୁ କାହିଁକି ? ଏ ବୋରୱେଲ ଭିତରେ ସିନା ମରିବାକୁ ଛାଡିଦେଲୁ କିନ୍ତୁ ଦେଖ ଭଗବାନ ମୋତେ ବଞ୍ଚେଇ ଦେଲେ । ମୋତେ ଜନ୍ମ ଦେବା ସିନା ତୋ ହାତରେ ଥିଲା , କିନ୍ତୁ ମାରିବା ତ ତୋ ହାତରେ ନାହିଁ ନା ..ତୁ ଦେଖ ମୋ ପାଇଁ ସ୍ୱୟଂ ଭଗବାନ ଅଛନ୍ତି । ମୋତେ ଉଦ୍ଧାର କଲେ ନୂଆ ଜୀବନ ଦେଲେ ମା ..


ଗତକାଲି ଚହଳ ପକାଇ ଦେଇଥିଲା ବୋରୱେଲ ଭିତରେ ଖସିପଡିଥିବା ଶିଶୁର ଘଟଣା । ସାରା ଓଙ୍ଗିଶାକୁ ଦୋଲାଇ ଦେଇଥିଲା । ସମସ୍ତେ ଠାକୁରଙ୍କୁ ଡାକୁଥିଲେ କିପରି କଅଁଳିଆ ଶିଶୁଟି ଉଦ୍ଧାର ହୋଇଯାଉ । ମାତ୍ର ଅଗ୍ନିଶମ ବାହିନୀଙ୍କ ଅକ୍ଲାନ୍ତ ପରିଶ୍ରମ ପରେ ଉଦ୍ଧାର ହୋଇଥିଲା । ଗତକାଲି ୧୪ ଫୁଟ ଗଭୀର ଗାତରୁ ଶିଶୁକନ୍ୟାକୁ ଉଦ୍ଧାର କରିଥିଲା ଓଡ୍ରାଫ ଚିମ୍ । ଦୀର୍ଘ ୬ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଉଦ୍ଧାର କରାଯାଇଥିଲା । ଉଦ୍ଧାର ପାଇଁ ପ୍ରଶାସନ ପୁରା ଦମ ଲଗାଇ ଦେଇଥିଲା । ଲୁହା ପାଇପକୁ ଆରିରେ କାଟି ଶିଶୁକୁ ଯନôର ସହ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ଆମ୍ବୁଲାନ୍ସ ଯୋଗେ ଶିଶୁକୁ ଚିକିତ୍ସା ପାଇଁ ବୁର୍ଲା ଏସଏନସିୟୁରେ ଭର୍ତ୍ତି କରାଯାଇଛି । ୧୦ ଜଣିଆ ଡାକ୍ତରୀ ଟିମ୍ ଚିକିତ୍ସା କରୁଛନ୍ତି । ଗତକାଲିର ଘଟଣା ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି । ନବଜାତକୁ ବୋରୱେଲ ଭିତରେ ଫିଙ୍ଗିଲା କିଏ ? କିଏ ସେ ଅମଣିଷ ଏପରି ଜଘନ୍ୟ କାଣ୍ଡ କଲା । କେମିତି ସେ ଏପରି କରିବାକୁ ତା ହାତ ଗଲା ? ନୀରିହ ଶିଶୁକୁ ମୃତ୍ୟୁ ମୁଖକୁ ଠେଲିବାକୁ ତା ଆତ୍ମା ତାକୁ ବାଧା ଦେଲାନି କିପରି ?


ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିକଟ ଲାରିପାଲି ଜଙ୍ଗଲରେ ପରିତ୍ୟକ୍ତ ବୋରୱେଲ ଭିତରୁ ନବଜାତ ଶିଶୁ ଉଦ୍ଧାର ଘଟଣାରେ ଜୋରଦାର ଚାଲିଛି ତନାଘନା । କିଏ ତାକୁ ନେଇ ଫିଙ୍ଗିଲା ତାକୁ ନେଇ ଚାଲିଛି ତଦନ୍ତ । ଯଦି ଅଭିଯୁକ୍ତ ଧରାପଡିଯାଏ ଦୃଢ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ଗ୍ରହଣ କରାଯିବ । ସୂଚନା ଅନୁଯାୟୀ , ବୋରୱେଲ ଭିତରୁ ଶିଶୁର କାନ୍ଦ ଶୁଣି କିଛି ଲୋକ ପୋଲିସକୁ ଖବର ଦେଇଥିଲେ । ଏହାପରେ ଆରମ୍ଭ ହୋଇଥିଲା ରେସକ୍ୟୁ ଅପରେସନ । ଘଟଣା ସ୍ଥଳରେ ପହଁଚିଲା ୩ଟି ଜେସିବି । ପୋଲିସ , ଓଡ୍ରାଫ ଓ ଅଗ୍ନିଶମ ଟିମ୍ ବି ପହଁଚିଥିଲେ । ପରେ ପରେ ଅକ୍ସିଜେନ ଓ ଆମ୍ବୁଲାନ୍ସ ସହ ଡାକ୍ତର ଆସିଥିଲେ । ପ୍ରଥମେ ପାଇପରେ ବୋରୱେଲ ଭିତରକୁ ଅକ୍ସିଜେନ ଦିଆଯାଇଥିଲା । ରେସକ୍ୟୁ ଅପରେସନ ବେଳେ ଶୀତ ଲାଗୁଥିବାରୁ ପ୍ରଥମେ ଶହେ ୱାଟର ବଲ ପଠାଯାଇଥିଲା । ସାମାନ୍ୟ ଉଷୁମ ଲାଗିବା ପରେ ବୋରୱେଲ ଭିତରେ ଛୁଆର କାନ୍ଦ ଶୁଭିଥିଲା । ଏହା ପରେ ଉଦ୍ଧାର ପାଇଁ ଶହେ ଗୁଣ ଉତ୍ସାହରେ ଲାଗି ପଡିଥିଲେ ଉଦ୍ଧାରକାରୀ ଟିମ୍ । ।

କୁହାଯାଉଛି କି ବୋରୱେଲ ଭିତରେ ଅନେକ ବୋତଲ ଭର୍ତ୍ତି ହୋଇ ରହିଥିଲା । ପାଖାପାଖି ୧୦୦ ଫୁଟର ବୋରୱେଲରେ ୧୪ ଫୁଟ ପାଖାପାଖି ଛୁଆଟି ବେଶି ତଳକୁ ନ ଖସି ବୋତଲ ଥିବାରୁ ଅଧାରେ ଲାଖି ରହିଥିଲା । ଏଥିରୁ ଆପଣ ଅନୁମାନ କରିପାରୁଥିବେ ଶିଶୁଟିର ଭାଗ୍ୟ କେତେ ଟାଣ । ଜନ୍ମ ହଉ ହଉ ମୃତ୍ୟୁ ସହ ସଂଗ୍ରାମ କରି ଫେରିଛି । ଭଗବାନ ତାକୁ ନୂଆ ଜୀବନ ଦେଇଛନ୍ତି । ବୋରୱେଲରୁ ନବଜାତକ ଉଦ୍ଧାର ପରେ ଆଶ୍ୱସ୍ତି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଗ୍ନିଶମ, ଓଡ୍ରାଫ, ଉଦ୍ଧାରକାରୀ ଟିମକୁ ଧନ୍ୟବାଦ ଜଚ୍ଚାଇଛନ୍ତି । ଶିଶୁର ଦୀର୍ଘାୟୁ କାମନା କରିଛନ୍ତି । ସୂଚନା ମିଳିଛି କି ପ୍ରାୟ ୧୫ ବର୍ଷ ହେଲା ବୋରବ୍ୱେଲ ଟ ଖୋଳାଯାଇଥିଲା । ପାଣି ନ ।ସିବାରୁ ଅଧାରୁ କାମ ବନ୍ଦ କରି ଦିଆଯାଇଥିଲା । ସେବେଠୁ ତାହା ମୁକୁଳା ପଡିଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login