ସମ୍ବଲପୁର : ସମ୍ବଲପୁର ରେଙ୍ଗାଲିରେ ବୋରୱେଲ ଭିତରୁ ଶିଶୁ ଉଦ୍ଧାର ଘଟଣା । ଉଦ୍ଧାର ସମ୍ପର୍କରେ ଅଗ୍ନିଶମ ଡିଜି ସୁଧାଂଶୁ ଷଡଙ୍ଗୀଙ୍କ ସୂଚନା ।ଛୁଆଟି ଲୁହା ପାଇପ ଭିତରେ ପଡିଥିବାରୁ ଭିଏଲସି ଦରକାର ଥିଲା । ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶରେ ସ୍ୱତନ୍ତ୍ର ବିମାନରେ ଭିଏଲସି ପଠାଯାଇଥିଲା । ଭିଏଲସି ପହଁଚିବା ପରେ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ହୋଇଥିଲା । ଏହା ଅନ୍ୟ ବୋରୱେଲରେ ପଡିବା ଭଳି ଦୁର୍ଘଟଣା ନୁହେଁ । ଏହା ଦୁର୍ଘଟଣା ନୁହେଁ , ଏହା ଏକ ଅପରାଧ କହିଲେ ଅଗ୍ନିଶମ ଡିଜି । ସ୍ଥାନୀୟ ପୋଲିସ ଏ ନେଇ ୩୦୭ ଦଫାରେ ମାମଲା କରିଛି । ଯିଏ ବି ଦୋଷୀ , ତା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ।
Views: 88











