The Ultimate Managed Hosting Platform
ADVERTISEMENT

ବେଳାଭୂମିରେ ଗଣଦୁଷ୍କର୍ମ ମାମଲା ; ୧୦ ଅଭିଯୁକ୍ତଙ୍କର ନିଆଗଲା ଡିଏନଏ ଟେଷ୍ଟ

Facebook
Twitter
LinkedIn

ଗୋପାଳପୁର : ବେଳାଭୂମିରେ ଗଣଦୁଷ୍କର୍ମ ମାମଲା । ୧୦ ଜଣ ଅଭିଯୁକ୍ତଙ୍କର ନିଆଗଲା ଡିଏନଏ । ପ୍ରାଥମିକ ଭାବରେ ୬ ଜଣଙ୍କ ନମୁନା ସଂଗ୍ରହ । ୬ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିବ ସିଏଡବ୍ଲ୍ୟୁ । ଅଭିଯୋଗକାରିଣୀଙ୍କ ଅଡିଓ ଓ ଭିଡିଓ ବୟାନ ରେକର୍ଡ ।
ଗତ ବୁଧବାର ରାତିରେ ଗୋପାଳପୁର ଥାନାରେ କ୍ରାଇମବ୍ରାଞ୍ଚର ଏକ ଟିମ୍ ପୁରୁଷବନ୍ଧୁଙ୍କୁ ଘନଘନ ପ୍ରଶ୍ନ କରିଛି । ବିଭିନ୍ନ ଦିଗକୁ ନେଇ କ୍ରାଇମବ୍ରାଞ୍ଚ ଟିମ୍ ପ୍ରାୟ ଦେଢ଼ ଘଣ୍ଟା ଧରି ପୁରୁଷବନ୍ଧୁଙ୍କୁ ପଚରାଉଚରା କରିଛି । ଘଟଣାର ତଦନ୍ତ ପାଇଁ ଗୋପାଳପୁରରେ କ୍ରାଇମବ୍ରାଞ୍ଚର ଆଉ ଏକ ଟିମ୍ ମଧ୍ୟ ପହଞ୍ଚିଛି । ଟିମ୍ରେ ଜଣେ ଇନ୍ସପେକ୍ଟର, ଜଣେ ସବ୍ଇନ୍ସ୍ପେକ୍ଟର ଓ ଅନ୍ୟ ଜଣେ କ୍ରାଇମବ୍ରାଞ୍ଚ ଅଧିକାରୀ ରହିଛନ୍ତି । ମଙ୍ଗଳବାର ସନ୍ଧ୍ୟାରୁ କ୍ରାଇମବ୍ରାଞ୍ଚ ଆଇଜି ଏସ. ସାଇନିଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍ ଆସି ତଦନ୍ତ ଜାରି ରଖିଛି । କୋର୍ଟ ପରିସରରେ ୬ ସାବାଳକ ଅଭିଯୁକ୍ତଙ୍କୁ ପଚରା ଉଚରା କରାଯାଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ନାବାଳିକା ଦୁଷ୍କର୍ମକାରୀକୁ ୨୫ ବର୍ଷ କାରାଦଣ୍ଡ

୩ ଦୁଷ୍କର୍ମୀଙ୍କୁ ଆଜୀବନ

ବାରିପଦା : ୩ ଦୁଷ୍କର୍ମୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ । କାହ୍ନୁ ମାରାଣ୍ଡି, ବୃନ୍ଦାବନ ନାୟକ, ସୋଲେ ହାଁସଦାଙ୍କୁ ଆଜୀବନ । ୩ ଦୁଷ୍କର୍ମୀ ଦଣ୍ଡାଦେଶ ଶୁଣାଇଲେ...

ADVERTISEMENT

Login