The Ultimate Managed Hosting Platform
ADVERTISEMENT

ବେଙ୍ଗାଲୁରୁ ଉଦ୍ୟାନ ଏକ୍ସପ୍ରେସରେ ନିଆଁ

Facebook
Twitter
LinkedIn

ନୂଆଦିଲ୍ଲୀ : ପୁଣି ଟ୍ରେନରେ ନିଆଁ । ଧୂଆଁମୟ ହୋଇଗଲା ସମ୍ପୂର୍ଣ୍ଣ ପରିବେଶ । ବେଙ୍ଗାଲୁରୁ ଉଦ୍ୟାନ ଏକ୍ସପ୍ରେସରେ ନିଆଁ ଲାଗିଥିବା ଜଣା ପଡ଼ିଛି । ସଙ୍ଗୋଲି ରୟାନା ରେଲୱେ ଷ୍ଟେସନରେ ଟ୍ରେନରେ ନିଆଁ ଲାଗିଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ଟ୍ରେନରୁ ସମସ୍ତ ଯାତ୍ରୀ ବାହାରିବାର ୨ ଘଣ୍ଟା ପରେ ଟ୍ରେନରେ ଅଗ୍ନିକାଣ୍ଡ ହୋଇଛି। ଅଗ୍ନିକାଣ୍ଡରେ କୌଣସି ମୃତାହତ ନେଇ ସୂଚନା ମିଳିନାହିଁ । ଅଗ୍ନିଶମ ବାହିନୀ ଓ ବିଶେଷଜ୍ଞ ଟିମ୍ ପହଞ୍ଚି ନିଆଁ ଲିଭା କାର୍ୟ୍ୟରେ ନିୟୋଜିତ ଅଛନ୍ତି । ନିଆଁକୁ ଆୟତ୍ତ କରିବା ପାଇଁ ସମସ୍ତ ଚେଷ୍ଟା ଜାରି ରହିଛି । ସୂଚନା ଅନୁସାରେ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁର ସାଙ୍ଗୋଲି ରୟାନା ରେଳ ଷ୍ଟେସନରେ ପହଞ୍ଚିବା ପରେ ଉଦ୍ୟାନ ଏକ୍ସପ୍ରେସରେ ନିଆଁ ଲାଗିଯାଇଥିଲା। ଦକ୍ଷିଣ-ପଶ୍ଚିମ ରେଳ ତରଫରୁ ଏହି ସୂଚନା ମିଳିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login