ବରଗଡ : ଝୁଲନ୍ତା ଅବସ୍ଥାରେ ଘର ଭିତରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର । ସଦର ଥାନା ସରସରା ପଞ୍ଚାୟତ ଗଞ୍ଜିହାଟିକରାରେ ଅଭାବନୀୟ ଘଟଣା ଘଟିଛି । ମୃତଦେହ ଜବତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଲା ପୋଲିସ । ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ବେକରେ ଦଉଡ଼ି ଲଗାଇ ବୃଦ୍ଧ ଦମ୍ପତ୍ତି ଜୀବନ ହାରିଛନ୍ତି। ବରଗଡ଼ ସଦର ଥାନା ଅନ୍ତର୍ଗତ ସରସରା ଗ୍ରାମ ପଞ୍ଚାୟତର ଗଞ୍ଜିହା ଟିକ୍ରାରେ ଏହି ଅଭାବନୀୟ ଘଟଣା ଘଟିଛି। ଖବର ପାଇ ସଦର ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତ ଦମ୍ପତି ହେଲେ ୭୦ ବର୍ଷୀୟ କିରତି ପଧାନ ଓ ୬୫ ବର୍ଷୀୟା ଶାନ୍ତି ପଧାନ। ଉଭୟ କୌଣସି କାରଣକୁ ନେଇ ମାନସିକ ଚାପରେ ଥିବା ପରିବାର ଲୋକଙ୍କ ତରଫରୁ ସୂଚନା ମିଳିଛି।
ଅନ୍ୟପଟେ ଗଛରୁ ମଧ୍ୟ ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଅତାବିରା ଥାନା କୁନେଲସିଘାଂ ଗାଁର ଏକ ଗଛରୁ ଉଦ୍ଧାର ହୋଇଛି ମୃତଦେହ । ହତ୍ୟା କି ଆତ୍ମହତ୍ୟା ସ୍ପଷ୍ଟ ହୋଇନି । ପୋଲିସର ଛାନଭିନ ଜାରି । ପୁଲିସର ସୂଚନା ଅନୁସାରେ, କୁମଲେସିଂହ ଶବରପଡ଼ାର ହିମାଂଶୁ ଭୁଏ(୪୧) ଓ ବଗର୍ତ୍ତୀଟିକ୍ରାର ମିନତି(୩୫, ଛଦ୍ମନାମ) ଉଭୟ ବିବାହିତ ଥିଲେ। ଏହା ସତ୍ତ୍ବେ ବି ଉଭୟ ପରସ୍ପରର ପ୍ରେମରେ ପଡ଼ିଥିଲେ। ପରିବାର ଲୋକେ ଏହା ବିଷୟରେ ଜାଣିବା ପରେ ସେଥିରୁ ନିବୃତ୍ତ ରହିବାକୁ କହିଆସୁଥିଲେ। କିନ୍ତୁ ଉଭୟେ କାହା କଥାକୁ ଖାତିର ନକରି ପ୍ରେମ ସମ୍ପର୍କ ରଖିଥିଲେ। ସପ୍ତାହେ ପୂର୍ବରୁ ଉଭୟ ଘର ଛାଡ଼ି ଚାଲିଯାଇଥିବା ବେଳେ ଗୁରୁବାର ସେମାନଙ୍କର ଝୁଲନ୍ତା ମୃତଦେହ ମିଳିଥିଲା। ବଗର୍ତ୍ତୀଟିକ୍ରା ନିକଟ ପୋଟଳ ବାଡ଼ିରେ ଥିବା ଆମ୍ବଗଛରେ ଦୁହେଁ ରଶି ଲଗାଇ ଆତ୍ମହତ୍ୟା କରିଥିଲେ।
ବୃଦ୍ଧ ଦମ୍ପତି-ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











