The Ultimate Managed Hosting Platform
ADVERTISEMENT

ବୃଦ୍ଧ ଦମ୍ପତି-ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Facebook
Twitter
LinkedIn

ବରଗଡ : ଝୁଲନ୍ତା ଅବସ୍ଥାରେ ଘର ଭିତରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର । ସଦର ଥାନା ସରସରା ପଞ୍ଚାୟତ ଗଞ୍ଜିହାଟିକରାରେ ଅଭାବନୀୟ ଘଟଣା ଘଟିଛି । ମୃତଦେହ ଜବତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଲା ପୋଲିସ । ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ବେକରେ ଦଉଡ଼ି ଲଗାଇ ବୃଦ୍ଧ ଦମ୍ପତ୍ତି ଜୀବନ ହାରିଛନ୍ତି। ବରଗଡ଼ ସଦର ଥାନା ଅନ୍ତର୍ଗତ ସରସରା ଗ୍ରାମ ପଞ୍ଚାୟତର ଗଞ୍ଜିହା ଟିକ୍ରାରେ ଏହି ଅଭାବନୀୟ ଘଟଣା ଘଟିଛି। ଖବର ପାଇ ସଦର ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତ ଦମ୍ପତି ହେଲେ ୭୦ ବର୍ଷୀୟ କିରତି ପଧାନ ଓ ୬୫ ବର୍ଷୀୟା ଶାନ୍ତି ପଧାନ। ଉଭୟ କୌଣସି କାରଣକୁ ନେଇ ମାନସିକ ଚାପରେ ଥିବା ପରିବାର ଲୋକଙ୍କ ତରଫରୁ ସୂଚନା ମିଳିଛି।
ଅନ୍ୟପଟେ ଗଛରୁ ମଧ୍ୟ ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଅତାବିରା ଥାନା କୁନେଲସିଘାଂ ଗାଁର ଏକ ଗଛରୁ ଉଦ୍ଧାର ହୋଇଛି ମୃତଦେହ । ହତ୍ୟା କି ଆତ୍ମହତ୍ୟା ସ୍ପଷ୍ଟ ହୋଇନି । ପୋଲିସର ଛାନଭିନ ଜାରି । ପୁଲିସର ସୂଚନା ଅନୁସାରେ, କୁମଲେସିଂହ ଶବରପଡ଼ାର ହିମାଂଶୁ ଭୁଏ(୪୧) ଓ ବଗର୍ତ୍ତୀଟିକ୍ରାର ମିନତି(୩୫, ଛଦ୍ମନାମ) ଉଭୟ ବିବାହିତ ଥିଲେ। ଏହା ସତ୍ତ୍ବେ ବି ଉଭୟ ପରସ୍ପରର ପ୍ରେମରେ ପଡ଼ିଥିଲେ। ପରିବାର ଲୋକେ ଏହା ବିଷୟରେ ଜାଣିବା ପରେ ସେଥିରୁ ନିବୃତ୍ତ ରହିବାକୁ କହିଆସୁଥିଲେ। କିନ୍ତୁ ଉଭୟେ କାହା କଥାକୁ ଖାତିର ନକରି ପ୍ରେମ ସମ୍ପର୍କ ରଖିଥିଲେ। ସପ୍ତାହେ ପୂର୍ବରୁ ଉଭୟ ଘର ଛାଡ଼ି ଚାଲିଯାଇଥିବା ବେଳେ ଗୁରୁବାର ସେମାନଙ୍କର ଝୁଲନ୍ତା ମୃତଦେହ ମିଳିଥିଲା। ବଗର୍ତ୍ତୀଟିକ୍ରା ନିକଟ ପୋଟଳ ବାଡ଼ିରେ ଥିବା ଆମ୍ବଗଛରେ ଦୁହେଁ ରଶି ଲଗାଇ ଆତ୍ମହତ୍ୟା କରିଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

Login