ସୁନ୍ଦରଗଡ : ସୁନ୍ଦରଗଡ କୁତ୍ରାରେ ବୃଦ୍ଧା ବ୍ୟାଙ୍କ ିଯବା ଘଟଣା । ବୃଦ୍ଧାଙ୍କୁ ମିଳିଲା ସହାୟତା । ବୃଦ୍ଧାଙ୍କୁ ଭେଟି ଟ୍ରାଇସାଇକେଲ ପ୍ରଦାନ କଲେ କୁତ୍ରା ବିଡିଓ । ଆଧାର ଲିଙ୍କ ନ ଥିବାରୁ ୩୦ କିମି ଗୁରୁଣ୍ଡିଗୁରୁଣ୍ଡି ବ୍ୟାଙ୍କ ଯାଇ ବୃଦ୍ଧା । ପୂର୍ବରୁ ଆଧାର ସଂଯୋଗ ନଥିବାରୁ ବ୍ୟାଙ୍କରୁ ଟଙ୍କା ଉଠାଇପାରିନଥିଲେ ୬୮ ବର୍ଷୀୟ ଦିବ୍ୟାଙ୍ଗ ବୃଦ୍ଧା । ଆଧାର ସଂଯୋଗ ପାଇଁ ୩୦ କିଲୋମିଟର ଦୂର ଆଧାର ସଂଯୋଗ କେନ୍ଦ୍ରକୁ ଗୁରୁଣ୍ଡି ଗୁରୁଣ୍ଡି ଯାଇଥିଲେ । ଅଧାବାଟରୁ ବୃଦ୍ଧାଙ୍କୁ ଦେଖି ଗ୍ରାହକ ସେବା କେନ୍ଦ୍ରକୁ ନେଇଥିଲେ ସାମ୍ବାଦିକ । ଟେରସା ବାର୍ଲା ଅସୁସ୍ଥ ଥିବାରୁ ଗାଁ ପାଖ ବୈଦ୍ୟଙ୍କୁ ଦେଖାଇବାକୁ ଯାଇଥିଲେ । ଚିକିତ୍ସା ପାଇଁ ବୈଦ୍ୟ ପାଉଣା ମାଗିଥିଲେ । ଏଥିପାଇଁ ଗ୍ରାହକ ସେବା କେନ୍ଦ୍ରକୁ ଟଙ୍କା ଉଠାଇବା ପାଇଁ ଯାଇଥିଲେ । ସେଠାରେ ଆଧାର ସଂଯୋଗ ହୋଇନପାରିବାରୁ ବ୍ୟାଙ୍କକୁ ଯିବା ପାଇଁ କୁହାଯାଇଥିଲା । ତେଣୁ ସେ ୩୦ କିଲୋମିଟର ଦୂର ବ୍ୟାଙ୍କକୁ ଯିବାକୁ ବାହାରିଥିଲେ । କୁତ୍ରା ବଜାରରେ ସାମ୍ବାଦିକ ଦେଖି ତାଙ୍କୁ ନିକଟରେ ଥିବା ଗ୍ରାହକ ସେବା କେନ୍ଦ୍ରକୁ ନେଇଥିଲେ । ସେଠାରେ ଯାଂଚ ପରେ ବୃଦ୍ଧାଙ୍କ ଖାତାରେ ଆଧାର ସଂଯୋଗ ଥିବା ଜଣାପଡ଼ିଥିଲା ।
ଗୁରୁଣ୍ଡି ଗୁରୁଣ୍ଡି ଆସିଥିବା ବୃଦ୍ଧାଙ୍କୁ ମିଳିଲା ଟ୍ରାଇସାଇକେଲ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











