ସୁନ୍ଦରଗଡ : ସୁନ୍ଦରଗଡ କୁତ୍ରାରେ ବୃଦ୍ଧା ବ୍ୟାଙ୍କ ିଯବା ଘଟଣା । ବୃଦ୍ଧାଙ୍କୁ ମିଳିଲା ସହାୟତା । ବୃଦ୍ଧାଙ୍କୁ ଭେଟି ଟ୍ରାଇସାଇକେଲ ପ୍ରଦାନ କଲେ କୁତ୍ରା ବିଡିଓ । ଆଧାର ଲିଙ୍କ ନ ଥିବାରୁ ୩୦ କିମି ଗୁରୁଣ୍ଡିଗୁରୁଣ୍ଡି ବ୍ୟାଙ୍କ ଯାଇ ବୃଦ୍ଧା । ପୂର୍ବରୁ ଆଧାର ସଂଯୋଗ ନଥିବାରୁ ବ୍ୟାଙ୍କରୁ ଟଙ୍କା ଉଠାଇପାରିନଥିଲେ ୬୮ ବର୍ଷୀୟ ଦିବ୍ୟାଙ୍ଗ ବୃଦ୍ଧା । ଆଧାର ସଂଯୋଗ ପାଇଁ ୩୦ କିଲୋମିଟର ଦୂର ଆଧାର ସଂଯୋଗ କେନ୍ଦ୍ରକୁ ଗୁରୁଣ୍ଡି ଗୁରୁଣ୍ଡି ଯାଇଥିଲେ । ଅଧାବାଟରୁ ବୃଦ୍ଧାଙ୍କୁ ଦେଖି ଗ୍ରାହକ ସେବା କେନ୍ଦ୍ରକୁ ନେଇଥିଲେ ସାମ୍ବାଦିକ । ଟେରସା ବାର୍ଲା ଅସୁସ୍ଥ ଥିବାରୁ ଗାଁ ପାଖ ବୈଦ୍ୟଙ୍କୁ ଦେଖାଇବାକୁ ଯାଇଥିଲେ । ଚିକିତ୍ସା ପାଇଁ ବୈଦ୍ୟ ପାଉଣା ମାଗିଥିଲେ । ଏଥିପାଇଁ ଗ୍ରାହକ ସେବା କେନ୍ଦ୍ରକୁ ଟଙ୍କା ଉଠାଇବା ପାଇଁ ଯାଇଥିଲେ । ସେଠାରେ ଆଧାର ସଂଯୋଗ ହୋଇନପାରିବାରୁ ବ୍ୟାଙ୍କକୁ ଯିବା ପାଇଁ କୁହାଯାଇଥିଲା । ତେଣୁ ସେ ୩୦ କିଲୋମିଟର ଦୂର ବ୍ୟାଙ୍କକୁ ଯିବାକୁ ବାହାରିଥିଲେ । କୁତ୍ରା ବଜାରରେ ସାମ୍ବାଦିକ ଦେଖି ତାଙ୍କୁ ନିକଟରେ ଥିବା ଗ୍ରାହକ ସେବା କେନ୍ଦ୍ରକୁ ନେଇଥିଲେ । ସେଠାରେ ଯାଂଚ ପରେ ବୃଦ୍ଧାଙ୍କ ଖାତାରେ ଆଧାର ସଂଯୋଗ ଥିବା ଜଣାପଡ଼ିଥିଲା ।
ଗୁରୁଣ୍ଡି ଗୁରୁଣ୍ଡି ଆସିଥିବା ବୃଦ୍ଧାଙ୍କୁ ମିଳିଲା ଟ୍ରାଇସାଇକେଲ

Facebook
Twitter
LinkedIn
Facebook
Twitter
LinkedIn
Recent News
କରୁର ଦଳାଚକଟା ; ତଦନ୍ତ କରିବ ସିବିଆଇ
ତାମିଲନାଡୁ : ତାମିଲନାଡୁ କରୁର ଦଳାଚକଟା ଘଟଣାର ତଦନ୍ତ କରିବ ସିବିଆଇ । ମାମଲାର ସିବିଆଇ ତଦନ୍ତ ନିଦେ୍ର୍ଦଶ ଦେଲେ ସୁପ୍ରିମକୋର୍ଟ । ସିବିଆଇ ତଦନ୍ତକୁ ମନିଟର...
ପଣବନ୍ଦୀଙ୍କୁ ମୁକ୍ତ କଲା ହମାସ
ନୂଆଦିଲ୍ଲୀ : ୨ ବର୍ଷ ପରେ ଇସ୍ରାଏଲୀ ପଣବନ୍ଦୀଙ୍କୁ ମୁକ୍ତ କଲା ହମାସ । ଐତିହାସିକ ଶାନ୍ତି ଚୁକ୍ତି ପୂର୍ବରୁ ହମାସର ବଡ ପଦକ୍ଷେପ । ଇସ୍ରାଏଲ-ଗାଜା...
ମମତାଙ୍କୁ ପ୍ରଭାତୀଙ୍କ ଟାର୍ଗେଟ
ଭୁବନେଶ୍ୱର : ମମତା ବାନାର୍ଜୀଙ୍କୁ କଡା କାଉଣ୍ଟପ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଝିଅମାନେ ରାତିରେ ବାହାରକୁ ଯିବା ଉଚିତ ନୁହେଁ ମମତାଙ୍କ ମନ୍ତବ୍ୟକୁ ସମାଲୋଚନା...
ଏମସ କର୍ମଚାରୀଙ୍କୁ ଗୁଳି କରି ହତ୍ୟା !
ଭୁବନେଶ୍ୱର : ଏମସ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କଲେ ଦୁର୍ବୁତ୍ତ । ଡ୍ୟୁଟି ଆସିବା ବେଳେ ଲ୍ୟାବ ଆସିଷ୍ଟାଣ୍ଟଙ୍କୁ ଗୁଳିମାଡ । ରଣସିଂପୁରରେ ଗୋଡାଇ ଗୋଡାଇ...