କାମାକ୍ଷାନଗର : ପୂର୍ବ ଶତ୍ରୁତାକୁ ନେଇ ବୃଦ୍ଧଙ୍କୁ ନିର୍ମମ ହତ୍ୟା । ଧାରୁଆ ଅସ୍ତ୍ରରେ କାଟି ଦେଲେ ବେକ। ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା କଣ୍ଡାର ଗାଁରେ ଏହି ହତ୍ୟାକାଣ୍ଡ ହୋଇଛି। ମୃତକ ହେଲେ ଗାଁର ଧର୍ମାନନ୍ଦ ଦେହୁରୀ। ପୂର୍ବ ଶତ୍ରୁତାକୁ ନେଇ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ। ଗତକାଲିଠାରୁ ସେ ଘରକୁ ଫେରି ନଥିଲେ । ବିଳମ୍ବିତ ରାତି ଯାଏ ବହୁ ଖୋଜାଖୋଜି ପରେ ବି ତାଙ୍କର କୌଣସି ସନ୍ଧାନ ମିଳି ନଥୁଲା । ଆଜି ସକାଳୁ ଘରଠାରୁ କିଛି ଦୂରରେ ଦେଖିବାକୁ ମିଳିଥିଲା ମୃତଦେହ । ଅନ୍ୟ କେଉଁଠି ହତ୍ୟା ପରେ ସେଠାରେ ମୃତଦେହ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଏସଡିପିଓଙ୍କ ସମେତ କଙ୍କଡାହାଡ଼ ପୋଲିସ ପହଞ୍ଚି ତଦନ୍ତ ଚଳାଇଛନ୍ତି ।
Views: 82