The Ultimate Managed Hosting Platform
ADVERTISEMENT

ବୁଲା କୁକୁର କାମୁଡାରେ ଶିଶୁ ମୃତ, ପରିବାରକୁ ମିଳିବ ୧୦ ଲକ୍ଷ କ୍ଷତି ପୂରଣ

Facebook
Twitter
LinkedIn

ପୁରୀ : ପୁରୀରେ ଶିଶୁକୁ କୁକୁର କାମୁଡି କାମୁଡି ମାରିଦେବା ଘଟଣା । ମୃତ ଶିଶୁର ପରିବାରକୁ ୧୦ ଲକ୍ଷ କ୍ଷତିପୂରଣ ଦେବାକୁ ନିଦେ୍ର୍ଦଶ । ପୁରୀ ପୈାରପାଳିକାକୁ ନିଦେ୍ର୍ଦଶ ଦେଲେ ହାଇକୋର୍ଟ । ୨୦୧୬ରେ ୪ ବର୍ଷର ଶିଶୁକୁ ଝୁଣି ମାରିଥିଲା କୁକୁର ।
ପୁରୀ କୁମ୍ଭାରପଡା ଥାନା ଅନ୍ତର୍ଗତ ଜଗନ୍ନାଥ କଲୋନୀରେ କୁନି ପୁଅଟି ଖେଳୁଥିବା ବେଳେ ୪ଟି ବୁଲା କୁକୁର ତାକୁ ଝୁଣି ପକାଇଥିଲେ । ଶିଶୁଟିକୁ ଘୋଷାଡି ଘୋଷାଡି ଏକ ବୁଦା ମୂଳକୁ ନେଇ ଯାଇଥିଲେ । ତେବେ ଘଟଣାଟି ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ଶିଶୁଟିର ମୃତ୍ୟୁ ହୋଇଥିଲା । ଏନେଇ ସେତେବେଳେ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ପୁରୀ ପୌରପରିଷଦ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଥିଲା । କୁକୁର ବନ୍ଧ୍ୟାକରଣ ପାଇଁ କଣ ବ୍ୟବସ୍ଥା କରାଯାଇଛି, ସେନେଇ ସତ୍ୟପାଠରେ ଦର୍ଶାଯାଇଥିଲା । ଏହାସହ ବୁଲା କୁକୁର କାମୁଡାରେ କାହାରି ମୃତ୍ୟୁ ହେଲେ କ୍ଷତିପୂରଣ ଦେବା ପାଇଁ ମ୍ୟୁନିସିପାଲଟି ଆକ୍ଟରେ କୌଣସି ବ୍ୟବସ୍ଥା ନଥିବା ସତ୍ୟପାଠରେ ଦର୍ଶାଇଥିଲା ପୁରୀ ପୌରପରିଷଦ । ଏହି ସତ୍ୟପାଠକୁ ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରି ଆଜି ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login