The Ultimate Managed Hosting Platform
ADVERTISEMENT

ବିହାର ସୀମାଞ୍ଚଳରେ ରାହୁଲଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା

Facebook
Twitter
LinkedIn

ପାଟନା: ବିହାର ସୀମାଞ୍ଚଳରେ ପହଞ୍ଚିଛି ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା। ସୀମାଞ୍ଚଳର ପୂର୍ଣ୍ଣିଆରେ ଦେଶୀ ଅନ୍ଦାଜରେ ନଜର ଆସିଛନ୍ତି ରାହୁଲ। ମୁଣ୍ଡରେ ଗାମୁଛା ବାନ୍ଧି ଖଟିଆରେ ବସି ଚାଷୀଙ୍କ ସହ ଆଲୋଚନା କରିଛନ୍ତି ରାହୁଲ। ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ରାହୁଲ। ଚାରିଆଡୁ ସମସ୍ୟା ଘେରରେ ରହିଛନ୍ତି ଦେଶର ଚାଷୀ। ଚାଷୀଙ୍କଠାରୁ ଜମି ଛଡ଼ାଇ ନେଇ ଉଦ୍ୟୋଗପତିଙ୍କୁ ଦେଉଛନ୍ତି କେନ୍ଦ୍ର ସରକାର। ସାର ଓ ବିହନକୁ ନେଇ ଚାଷୀ ହଇରାଣ ହେଉଛନ୍ତି। ତିନି କଳା କୃଷି ଆଇନ ଆଣିଥିଲେ କେନ୍ଦ୍ରସରକାର। ଚାଷୀ ଏକାଠି ହୋଇ ବିରୋଧ କରିବାରୁ ଏହାକୁ କେନ୍ଦ୍ର ସରକାର ବାଧ୍ୟ ହୋଇ ପ୍ରତ୍ୟାହାର କରିଛନ୍ତି। ଦେଶର ମେରୁଦଣ୍ଡ ଚାଷୀ। ଉଦ୍ୟୋଗପତିଙ୍କ ୧୪ଲକ୍ଷ କୋଟି ଟଙ୍କା ମାଫ୍ କରାଯାଇଛି ହେଲେ ଚାଷୀଙ୍କ ଋଣ ମାଫ୍ ହେଉନି। କେନ୍ଦ୍ରର ଚାଷୀ ମାରଣ ନୀତି ଉପରେ ବର୍ଷିଛନ୍ତି ରାହୁଲ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login