The Ultimate Managed Hosting Platform
ADVERTISEMENT

ବିଷାକ୍ତ ବଳୟରେ ଦିଲ୍ଲୀ

Facebook
Twitter
LinkedIn

ଦିଲ୍ଲୀ : ବିଷାକ୍ତ ହୋଇଯାଇଛି ଦିଲ୍ଲୀର ବାୟୁ । ଆଜି ରାଜଧାନୀରେ ଅତ୍ୟନ୍ତ ଖରାପ ବାୟୁ ଗୁଣବତ୍ତା ରେକର୍ଡ କରାଯାଇଛି । ସକାଳେ ବାୟୁର AQI ୪୦୦ ଅତିକ୍ରମ କରିଛି । ଅର୍ଥାତ ଏବେ ସ୍ୱାସ୍ଥ୍ୟ ପାଇଁ ବିପଜ୍ଜନକ ହୋଇଯାଇଛି ଦିଲ୍ଲୀର ବାୟୁ । ଅନ୍ୟପଟେ ଯମୁନା ନଦୀରେ ବିଷାକ୍ତ ଫେଣର ଏକ ସ୍ତର ପରିସ୍ଥିତିକୁ ଆହୁରି ଖରାପ କରିଛି । ରବିବାର ଏବଂ ସୋମବାର ଦିନ କାଳିନ୍ଦୀ କୁଞ୍ଜ ଅଞ୍ଚଳରେ ଯମୁନା ନଦୀରେ ଧଳା ଫେଣ ଭାସୁଥିବା ଦେଖାଯାଇଥିଲା । ଏହି ଫେଣ କେବଳ ନଦୀର ପ୍ରାକୃତିକ ସୌନ୍ଦର୍ୟ୍ୟକୁ ଲୁଚାଉ ନାହିଁ ବରଂ ଲୋକଙ୍କୁ ସତର୍କ ସୂଚନା ମଧ୍ୟ ଦେଉଛି । ସ୍ଥାନୀୟ ବାସିନ୍ଦା କହିଛନ୍ତି ଯେ ପ୍ରତିବର୍ଷ ଛଟ୍ ପର୍ବ ପୂର୍ବରୁ ଯମୁନାରେ ଏପରି ଫେଣ ସୃଷ୍ଟି ହୁଏ, ଯାହା ପାଣିକୁ ପ୍ରଦୂଷିତ କରେ ଏବଂ ଦୁର୍ଗନ୍ଧ ସୃଷ୍ଟି କରେ ।
ଦିଲ୍ଲୀ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ସୁପ୍ରିମକୋର୍ଟ ଏକ ବଡ଼ ପଦକ୍ଷେପ ନେଇଛନ୍ତି । କୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି ଯେ କେବଳ ଜାତୀୟ ପରିବେଶ ଇଞ୍ଜିନିୟରିଂ ଗବେଷଣା ପ୍ରତିଷ୍ଠାନ (NEERI) ଦ୍ୱାରା ଅନୁମୋଦିତ ବାଣ ଦିଲ୍ଲୀ-ଘଉଜରେ ବିକ୍ରି କରାଯାଇ ପାରିବ ଏବଂ ଫୁଟାଯାଇପାରିବ । ଏହି ବାଣଗୁଡ଼ିକ ଅନ୍ୟ ବାଣ ତୁଳନାରେ ୩୦% ପର୍ୟ୍ୟନ୍ତ କମ୍ ପ୍ରଦୂଷଣ ସୃଷ୍ଟି କରେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

ADVERTISEMENT
ରୁଷିଆକୁ ଯୁଦ୍ଧ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଲେ ଟ୍ରମ୍ପ

ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା

ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...

Login