The Ultimate Managed Hosting Platform
ADVERTISEMENT

ବିଶ୍ୱକପ ; ଆଜି ଦ୍ୱିତୀୟ ସେମିଫାଇନାଲ , ବର୍ଷା ପାଇଁ ଖେଳ ବନ୍ଦ

Facebook
Twitter
LinkedIn

କୋଲକତା : ବର୍ଷା ପାଇଁ ଖେଳ ବନ୍ଦ ଥିବା ବେଳେ ବର୍ଷା ଛାଡିଲେ ଖେଳ ଆରମ୍ଭ ହେବ । ଆଉ ଯଦି ବର୍ଷା ନ ଛାଡେ, ତେବେ ଆସନ୍ତାକାଲି ଏହିଠାରୁ ପୁଣି ଖେଳ ଆରମ୍ଭ ହେବ ।ବିଶ୍ୱକପର ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ କୋଲକତାର ଇଡେନ ଗାଡେର୍ନ୍ସରେ ଖେଳାଯାଉଛି । ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି ଦକ୍ଷିଣ ଆଫ୍ରିକା । ହେଲେ ପ୍ରଥମରୁ ବ୍ୟାଟିଂ ବିପର୍ୟ୍ୟୟର ସାମ୍ନା କରିଛି ଦଳ । ଅଷ୍ଟ୍ରେଲିଆର ଦୁଇ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଓ ଜୋଶ ହେଜେଲଉଡ ଦକ୍ଷିଣ ଆଫ୍ରିକାକୁ ଘାଇଲା କରିଛନ୍ତି । ପ୍ରଥମ ୧୦ ଓଭରରେ ମାତ୍ର ୧୮ ରନ କରି ଦୁଇ ୱିକେଟ ହରାଇଥିବା ଦକ୍ଷିଣ ଆଫ୍ରିକା ଏବେ ଆହୁରି ସଙ୍କଟ ମଧ୍ୟକୁ ଚାଲି ଯାଇଛି । ବର୍ତ୍ତମାନ ସୁଦ୍ଧା ଦକ୍ଷିଣ ଆଫ୍ରିକା ୧୪ ଓଭରରେ ୪୪/୪ ଓ୍ଵିକେଟ ହରାଇଛି । ଆଉ ମ୍ୟାଚରେ ବର୍ଷା ସାଜିଛି ବାଧକ ।
ଦକ୍ଷିଣ ଆଫ୍ରିକା ୧୪ ଓଭରରେ ୪ ୱିକେଟ ହରାଇ ୪୪ ରନ କରିଥିବା ବେଳେ ହଠାତ୍ କୋଲାକାତାର ଇଡେନ ଗାର୍ଡେନ୍ସରେ ବର୍ଷା ଆରମ୍ଭ ହୋଇଛି । ଏଥିଯୋଗୁ ମ୍ୟାଚ୍କୁ ସ୍ଥଗିତ ରଖାଯାଇଛି । କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳା ଯାଉଥିବା ଆଜିର ଦ୍ୱିତୀୟ ସେମି ଫାଇନାଲ ମ୍ୟାଚରେ ଟସ୍ ଜିତି ଦକ୍ଷିଣ ଆଫ୍ରିକା ଅଧିନାୟକ ତେମ୍ବା ବଭୁମା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ତେବେ ଦକ୍ଷିଣ ଆଫ୍ରିକାର କୌଣସି ଖେଳାଳି ଏପର୍ୟ୍ୟନ୍ତ ୧୦ରୁ ଅଧିକ ରନ କରିନାହାନ୍ତି । ବର୍ଷା ପାଇଁ ଖେଳ ବନ୍ଦ ଥିବା ବେଳେ ବର୍ଷା ଛାଡିଲେ ଖେଳ ଆରମ୍ଭ ହେବ । ଆଉ ଯଦି ବର୍ଷା ନ ଛାଡେ, ତେବେ ଆସନ୍ତାକାଲି ଏହିଠାରୁ ପୁଣି ଖେଳ ଆରମ୍ଭ ହେବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

“ଆମ ଶାସନ” ଶୁଭାରମ୍ଭ , ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...

ADVERTISEMENT
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...

Login