The Ultimate Managed Hosting Platform
ADVERTISEMENT

ବିଶିଷ୍ଟ କବି ଆଶୁତୋଷଙ୍କୁ ଏକାଡେମୀ ପୁରସ୍କାର

Facebook
Twitter
LinkedIn

ଭୁବନେଶ୍ୱର : କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା । ବିଶିଷ୍ଟ କବି ଆଶୁତୋଷ ପରିଡ଼ା ୨୦୨୩ ମସିହା ପାଇଁ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। ବିଶିଷ୍ଟ କବି ଆଶୁତୋଷ ପରିଡା ପାଇବେ ପୁରସ୍କାର । କବିତା ସଂକଳନ ଅପ୍ରସ୍ତୁତ ମୃତ୍ୟୁ ପାଇଁ ପାଇବେ ପୁରସ୍କାର । ଆଶୁତୋଷ ପରିଡ଼ା ୧୯୪୬ ମସିହା ଫେବ୍ରୁଆରି ମାସରେ କେନ୍ଦ୍ରାପଡ଼ାଠାରେ ଜନ୍ମଗ୍ରହଣ କରିଥିଲେ। ସେ ରାଉରକେଲାର ଆରଇସିରେ ଇଞ୍ଜିନିୟରିଂରେ ସ୍ନାତକ ହାସଲ କରିଥିଲେ। ଏହାପରେ ସେ ଆଇଆଇଟି ଖଡ଼ଗପୁରରେ ଆବର୍ତ୍ତ ପୃଥକୀକରଣ ଯନ୍ତ୍ରର ପ୍ରସ୍ତୁତି ନେଇ ଗବେଷଣା କରିଥିଲେ। ଏହାପରେ ଶ୍ରୀ ପରିଡ଼ା ଭୁବନେଶ୍ବର ଆଞ୍ଚଳିକ ଗବେଷଣା କେନ୍ଦ୍ରରେ ବୈଜ୍ଞାନିକ ଭାବେ କାର୍ୟ୍ୟ କରିଥିଲେ। କେବଳ ଜଣେ ବରିଷ୍ଠ ବୈଜ୍ଞାନିକ ଭାବେ ନୁହନ୍ତି, କବି ଭାବେ ମଧ୍ୟ ସେ ସୁପ୍ରତିଷ୍ଠିତ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login