ନୂଆଦିଲ୍ଲୀ : ବିଲକିସ୍ ବାନୋ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ ରାୟ । ପୁଣି ଜେଲ ଯିବେ ମାମଲାର ୧୧ ଜଣ ଦୋଷୀ । ଗୁଜୁରାଟ ସରକାରଙ୍କ ନିଷ୍ପତ୍ତିକୁ ରଦ୍ଦ କଲେ ସୁପ୍ରିମକୋର୍ଟ । ୨୦୨୨ରେ ୧୧ ଦୋଷୀଙ୍କୁ ମୁକ୍ତ କରିଥିଲେ ଗୁଜୁରାଟ ସରକାର । ଆଜୀବନ ସଜ୍ଜା ପାଇଥିବା ୧୧ ଦୋଷୀଙ୍କୁ ମୁକ୍ତ କରାଯାଇଥିଲା ।
୨୦୦୨ ଗୁଜରାଟ ଦଙ୍ଗା ବେଳେ ଅତି ଜଘନ୍ୟ ଭାବେ ବିଲକିସ ବାନୋଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ବେଳେ ତାଙ୍କ ପୁରା ପରିବାରକୁ ହତ୍ୟା କରାଯାଇଥିଲା । ଏହି ମାମଲାରେ ୧୧ଜଣ ଦୋଷୀ ସାବ୍ୟସ୍ତ ହୋଇ ୧୪ ବର୍ଷ ଜେଲରେ ରହିବା ପରେ ଗୁଜୁରାଟ ସରକାରଙ୍କ ନିଷ୍ପତ୍ତିରେ ସେମାନଙ୍କୁ ମୁକ୍ତ କରାଯାଇଥିଲା । ଏହି ମାମଲା ଉପରେ ଆଜି ସୁପ୍ରିମକୋର୍ଟ ରାୟ ଶୁଣାଇ ୧୧ ଦୋଷୀଙ୍କୁ ଜେଲ୍ ଫେରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
Views: 83