The Ultimate Managed Hosting Platform
ADVERTISEMENT

ବିରାଟ, ରୋହତଙ୍କ A+ କଣ୍ଟ୍ରାକ୍ଟ ବଳବତ୍ତର

Facebook
Twitter
LinkedIn

ନୂଆଦିଲ୍ଲୀ : ବିରାଟ, ରୋହିତଙ୍କୁ ମିଳିଥିବା A+କଣ୍ଟ୍ରାକ୍ଟ ବଳବତ୍ତର ରହିବ । ଉଭୟେ ଟି-ଟ୍ୱେଣ୍ଟି ଓ ଟେଷ୍ଟରୁ ସନ୍ନ୍ୟାସ ସତ୍ତ୍ୱେ A+କଣ୍ଟ୍ରାକ୍ଟ ରହିବ । ଏ ନେଇ ସୂଚନା ଦେଲେ ବିସିସିଆଇ ସମ୍ପାଦକ ଦେବଜିତ ସାଇକିଆ । ତେବେ ଗତକାଲି ଟେଷ୍ଟରୁ ଅବସର ନେଇ ଘୋଷଣା କରିଥିଲେ ରୋହିତ । ଭାରତୀୟ କ୍ରିକେଟ ଜଗତକୁ ଏକ ବଡ଼ ଝଟକା । ରୋହିତଙ୍କ ପରେ ଟେଷ୍ଟରୁ ସନ୍ନ୍ୟାସ ନେଲେ କିଙ୍ଗ କୋହଲି । ବିରାଟ ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ଏ ନେଇ ସୂଚନା ଦେଇଛନ୍ତି ।
ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ବିରାଟ ଲେଖିଛନ୍ତି, “ଟେଷ୍ଟ କ୍ରିକେଟରେ ପ୍ରଥମ ଥର ପାଇଁ ‘ବ୍ୟାଗି ବ୍ଲୁ’ ଜର୍ସି ପିନ୍ଧିବାର ୧୪ ବର୍ଷ ବିତିଗଲାଣି । ଏହି ଫର୍ମାଟ୍ ମୋତେ କେତେ ଦୂର ନେଇଯିବ ତାହା ମୁଁ କେବେ କଳ୍ପନା କରି ନଥିଲି। ଟେଷ୍ଟ କ୍ରିକେଟ ମୋର ଅନେକ ପରୀକ୍ଷା ନେଇଥିଲା, ମୋତେ ତିଆରି କରିଥିଲା ଏବଂ ମୋତେ ଏପରି ଶିକ୍ଷା ଦେଇଥିଲା ଯାହାକୁ ମୁଁ ଜୀବନ ସାରା ମୋ ସହିତ ରଖି ଆଗକୁ ବଢ଼ିବି ।”

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ତୋରଣ ପାଇଁ ରାସ୍ତା ନଷ୍ଟ ହେବ ନାହିଁ : ହାଇକୋର୍ଟ

ତୋରଣ ପାଇଁ ରାସ୍ତା ନଷ୍ଟ ହେବ ନାହିଁ : ହାଇକୋର୍ଟ

ଭୁବନେଶ୍ୱର : ପାର୍ବଣ କଟକଣା ଉପରେ ହାଇକୋର୍ଟଙ୍କ ନିଦେ୍ର୍ଦଶ । ତୋରଣ ନିର୍ମାଣ ପାଇଁ ପ୍ରଶାସନର ଅନୁମତି ଆବଶ୍ୟକ । ତୋରଣ ଗୁଡିକର ନିରାପତ୍ତା ନିଶ୍ଚିତ କରିବ...

Login