ମୁମ୍ବାଇ: ଦୁବାଇରୁ ମୁମ୍ବାଇ ଆସୁଥିବା ଇଣ୍ଡିଗୋ ବିମାନରେ ଦୁଇ ଜଣ ଯାତ୍ରୀ ମଦ ପିଇ ପାଇଲଟଙ୍କ ସମେତ ଅନ୍ୟ ଯାତ୍ରୀଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଳଜ କରିଥିଲେ । ଏହି ଘଟଣା ସାମ୍ନାକୁ ଆସିବା ପରେ ଉଭୟ ଯାତ୍ରୀଙ୍କୁ ମୁମ୍ବାଇରେ ଗିରଫ କରାଯାଇଛି। ପୋଲିସ କହିଛି ଯେ, ଏହି ପ୍ରସଙ୍ଗରେ ଏୟାର ଇଣ୍ଡିଗୋ ପକ୍ଷରୁ ଏକ ଅଭିଯୋଗ କରାଯାଇଥିଲା। ଉଭୟ ଯାତ୍ରୀଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ ତାଙ୍କୁ ଗିରଫ କରାଯାଇଥିଲା। ଗିରଫ ପରେ ଉଭୟ କୋର୍ଟରୁ ଜାମିନ ପାଇଥିଲେ। ପୋଲିସର ସୂଚନାନୁସାରେ, ଉଭୟ ଅଭିଯୁକ୍ତ କୋଲହାପୁର ଏବଂ ପାଲଘରର ନାଲାସୋପାରା ବାସିନ୍ଦା। ସେମାନେ ଦୁବାଇରୁ ଫେରୁଥିଲେ।
ଦେଶକୁ ଫେରିବା ଖୁସିରେ ଉଭୟ ଅଭିଯୁକ୍ତ ମଦ୍ୟପାନ କରୁଥିଲେ। ସେମାନଙ୍କର ନାମ ହେଉଛି ଦତ୍ତାତ୍ରେୟ ବାପାର୍ଡେକର ଏବଂ ଜନ ଜର୍ଜ ଡି’ସୁଜା। ଉଭୟ ନିଶାରେ ବିମାନରେ ହଙ୍ଗାମା କରିଥିଲେ। ଅନ୍ୟ ଯାତ୍ରୀମାନେ ଆପତ୍ତି କରିବା ସହ ଏନେଇ ଅଭିଯୋଗ କରିଥିଲେ। ବିମାନର କ୍ରୁ ମେମ୍ବରମାନେ ମଧ୍ୟ ଉଭୟଙ୍କୁ ଅଟକାଇବାକୁ ଚେଷ୍ଟା କରିବାକୁ ସେମାନଙ୍କୁ ଗାଳି ଦେଇଥିଲେ। ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୩୫ (ଅନ୍ୟମାନଙ୍କ ଜୀବନ କିମ୍ବା ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବା) ଏବଂ ବିମାନ ଚଳାଚଳ ନିୟମର ସମ୍ପୃକ୍ତ ବିଭାଗ ଅନୁଯାୟୀ, ଉଭୟଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି ବୋଲି ସାହାର ପୋଲିସ ଷ୍ଟେସନର ଜଣେ ଅଧିକାରୀ କହିଛନ୍ତି।
ବିମାନରେ ମଦ ପିଇ କ୍ରୁ ମେମ୍ବରଙ୍କୁ ଗାଳି କଲେ ୨ ଯାତ୍ରୀ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











