The Ultimate Managed Hosting Platform
ADVERTISEMENT

ବିବାହର ପ୍ରତିଶୃତି ଦେଇ ସହମତିରେ ଶାରୀରିକ ସମ୍ପର୍କ ପରେ ବିବାହ ନ କରିବା ଅପରାଧ ନୁହେଁ; ବମ୍ବେ ହାଇ କୋର୍ଟ

Facebook
Twitter
LinkedIn

ନୂଆଦିଲ୍ଲୀ: ଆମ ସମାଜରେ ଏମିତି କିଛି ମହିଳା ଓ ପୁରୁଷ ଅଛନ୍ତି ଯେଉଁମାନେ ଉଭୟ ଉଭୟଙ୍କୁ ଭଲ ପଇବା ପରେ ବିବାହ କରିବେ ବୋଲି ପ୍ରତିଜ୍ଞା କରିଥା’ନ୍ତି । କିନ୍ତୁ ପରବର୍ତ୍ତୀ ସମୟରେ ବିବାହ କରିବାକୁ ମନା କରିଥା’ନ୍ତି । ଯାହାକୁ ନେଇ ଦୁହିଙ୍କ ମଧ୍ୟରେ ଝଡ଼ ସୃଷ୍ଟି ହୋଇଥାଏ । ପ୍ରତିଶୃତି ଭାଙ୍ଗିବା କାରଣରୁ ଜଶେ ଅନ୍ୟ ଜଣକ ବିରୋଧରେ ଅଭିଯୋଗ ଆଣିଥାଏ । ଯାହାକି ମାମଲା ଥାନାରେ ମଧ୍ୟ ପହଞ୍ଚିଥାଏ । ନିକଟରେ ଏହାକୁ ନେଇ ଏକ ବଡ଼ ଶୁଣାଣି କରିଛନ୍ତି ବମ୍ବେ ହାଇକୋର୍ଟ । ଯାହାକି ବିବାହର ପ୍ରତିଶୃତି ଦେଇ ପରସ୍ପରର ସହମତିରେ ଶାରୀରିକ ସମ୍ପର୍କ ରଖିବା ପରେ ବିବାହ ନ କରିବା ଅପରାଧ ନୁହେଁ ।

ଏ ନେଇ ଜଣେ ମହିଳାଙ୍କ ଏଫ୍ଆଇଆର୍ ଆଧାରରେ ଏକ ନିମ୍ନ ଅଦାଲତ ଜଣେ ପୁରୁଷଙ୍କୁ ସମ୍ପୃକ୍ତା ମହିଳାଙ୍କୁ ପ୍ରତାରଣା କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଥିଲେ। କିନ୍ତୁ ବମ୍ବେ ହାଇକୋର୍ଟ ସେହି ନିଷ୍ପତ୍ତିକୁ ପ୍ରତ୍ୟାହାର କରି ପ୍ରେମିକକୁ ନିର୍ଦ୍ଦୋଷ ବୋଲି କହିଛନ୍ତି।

ସୂଚନାନୁଯାୟୀ, ପାଲପୁର ବାସିନ୍ଦା କାଶୀନାଥ ଘରାଟାଙ୍କ ବିରୋଧରେ ତାଙ୍କ ପ୍ରେମିକା ତାଙ୍କ ସହ ଦୀର୍ଘଦିନ ଶାରୀରିକ ସମ୍ପର୍କ ରଖିବାପରେ ବିବାହର ପ୍ରତିଶୃତି ଭାଙ୍ଗିବାର ଅଭିଯୋଗ କରିଥିଲେ । ଯାହାକୁ ଭିତ୍ତି କରି ୩୭୬ ଏବଂ ୪୧୭ ଧାରା ଅନୁଯାୟୀ ଯୁବକଙ୍କ ଉପରେ ଦୁଷ୍କର୍ମ ଏବଂ ପ୍ରତାରଣା ଆରୋପ ଲାଗାଯାଇଥିଲା । ଏଥିରେ ନିମ୍ନ ଅଦାଲତ ଯୁବକଙ୍କୁ ଦୁଷ୍କର୍ମ ଓ ପ୍ରତାରଣା ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ । କିନ୍ତୁ ଅତିରିକ୍ତ ସେସନରେ ଜଜ୍ ୧୯ ଫେବୃଆରୀ, ୧୯୯୯ ରେ ତାଙ୍କୁ ଦୁଷ୍କର୍ମ ମାମଲାରୁ ମୁକ୍ତ କରି ପ୍ରତାରଣା ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ । ଫଳରେ କାଶିନାଥଙ୍କୁ ଏକ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା ।

କିନ୍ତୁ କାଶିନାଥ ଏହି ମାମଲାକୁ ଚ୍ୟାଲେଞ୍ଜ କରି ବମ୍ବେ ହାଇକୋର୍ଟକୁ ନେଇଯାଇଥିଲେ । ତେବେ ସେଠାରେ ଜଷ୍ଟିସ ପ୍ରଭୁ ଦେଶାଇ ତାଙ୍କୁ ପ୍ରତାରଣା ମାମଲାରେ ମଧ୍ୟ ନିର୍ଦୋଷ ସାବ୍ୟସ୍ତ କରିଥିଲେ । ଏହି ମାମଲାର ଅଭିଯୋଗ ଅନୁଯାୟୀ ଉଭୟେ ୩ ବର୍ଷ ହେବ ପ୍ରେମ ସମ୍ପର୍କରେ ଥିଲେ । ପରସ୍ପରର ଇଚ୍ଛା ଅନୁସାରେ ସେମାନେ ଶାରୀରିକ ସମ୍ପର୍କ ରଖିଥିଲେ । ଏ ନେଇ ଉଭୟଙ୍କ ବୟାନରୁ ଏହା ପ୍ରମାଣିତ ହେଉନାହିଁ ଯେ ଯୁବକ ପ୍ରତାରଣା କରିଛନ୍ତି ବୋଲି । କୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ମହିଳାଙ୍କ ଯୁକ୍ତି ଏହା ସ୍ପଷ୍ଟ କରୁଛି ଯେ, ତାଙ୍କୁ ଶାରୀରିକ ସମ୍ପର୍କ ରଖିବା ପାଇଁ କୌଣସି ଜବରଦସ୍ତି କରାଯାଇନାହିଁ । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା ଓ ଯୌନ ସମ୍ପର୍କ ପାରସ୍ପରିକ ସହମତିରେ ରହିଥିଲା। ତେଣୁ ଏହାକୁ ପ୍ରତାରଣା କୁହାଯାଇପାରିବ ନାହିଁ ବୋଲି କୋର୍ଟ ଶୁଣାଣି କରିଥିଲେ । ଯାହା ଦ୍ୱାରା ପ୍ରେମୀକ ଜଣକ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login