ଭୋପାଲ ୧୨।୧୦:ଚର୍ଚ୍ଚାରେ ବଲିଉଡର ଜଣାଶୁଣା ଅଭିନେତା ଅମିର୍ ଖାନ୍। ବିଜ୍ଞାପନକୁ ନେଇ ବଲିଉଡ୍ ଫିଲ୍ମ ” ଆଦିପୁରୁଷ” କୁ ନେଇ ବିବାଦ ଆରମ୍ଭ ହୋଇଯାଇଛି ।ବିଜ୍ଞାପନ ଯୋଗୁ ମିଷ୍ଟର ପରଫେକ୍ସନିଷ୍ଟ ଧାର୍ମିକ ଭାବନାକୁ ଆହତ କରିବା ଅଭିଯୋଗରେ ଫଶି ଯାଇଛନ୍ତି। କିୟାରା ଆଡଭାନୀଙ୍କ ସହ ଅମୀରଙ୍କର ଏକ ଘରୋଇ ବ୍ୟାଙ୍କ ପାଇଁ ବିଜ୍ଞାପନ ପ୍ରସାରିତ ହେଉଛି। ଏହି ବିଜ୍ଞାପନ ଉପରେ ସାମାଜିକ ଭାବନା ଆହତ କରିବା ଭଳି ଗୁରୁତର ଅଭିଯୋଗ ହେଉଛି।

ଏଥିରେ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ବିଜ୍ଞାପନକୁ ନେଇ ତାଙ୍କର ଅସନ୍ତୋଷ ପ୍ରକାଶ କରିଛନ୍ତି। କେବଳ ଏତିକି ନୁହେଁ ଅମୀରଙ୍କୁ ଧାର୍ମିକ ଭାବନା ଆହତ ନ କରିବାକୁ ଉପଦେଶ ମଧ୍ୟ ଦେଇଛନ୍ତି। ନରୋତ୍ତମ ମିଶ୍ର କହିଛନ୍ତି ଯେ ଅମୀର ଖାନ ଏକ ଘରୋଇ ବ୍ୟାଙ୍କ ବିଜ୍ଞାପନରେ ଗୃହ ପ୍ରବେଶକୁ ନେଇ ଯେଉଁ ବାର୍ତ୍ତା ଦେଇଛନ୍ତି ତାହା ବାସ୍ତବିକ ଆହତ କରିବା ଭଳି। ଧାର୍ମିକ ଆସ୍ଥା ଓ ରିତି ରିବାଜ ଉପରେ ଏହା ସିଧା ଆକ୍ରମଣ ବୋଲି ସେ କହିଛନ୍ତି। ଏ ନେଇ ମୋତେ ଅଭିଯୋଗ ମିଳୁଥିବାର ମଧ୍ୟ କହିଛନ୍ତି। ଏଣୁ ଅମୀର ଫିଲ୍ମ କରନ୍ତୁ କି ବିଜ୍ଞାପନ ଏଥିରେ ଭାରତୀୟ ପରମ୍ପରା ଓ ସଂସ୍କାରକୁ ଧ୍ୟାନରେ ରଖନ୍ତୁ ବୋଲି ମିଶ୍ର କହିଛନ୍ତି।