ନୂଆଦିଲ୍ଲୀ : ଲ୍ୟାଣ୍ଡଫଲ ପରେ ବିପର୍ଯ୍ୟୟ ଘଟାଇଲା ବାତ୍ୟା ବିପର୍ଯ୍ୟୟ । ଗୁଜୁରାଟ କଚ୍ଛ ଉପକୂଳରେ ବ୍ୟାପକ କ୍ଷୟକ୍ଷତି । ୨ ମୃତ । ୨୨ ଜଣ ଆହତ ହୋଇଥିବା ବେଳେ ୨ ଜଣଙ୍କ ମୃତ୍ୟୁ ସୂଚନା । ୧୪୫ ବେଗରେ ପବନ ବହିବାରୁ ଉପୁଡିଲା ବିଦ୍ୟୁତ ଖୁଣ୍ଟ । ୯୪୦ ଗାଁ ଅନ୍ଧାରରେ , ଭୁଜ୍ ଓ ଦ୍ୱାରକାରେ ବିଦ୍ୟୁତ ସରବରାହ ବନ୍ଦ । ଏବେ ଦୁର୍ବଳ ହୋଇ ରାଜସ୍ଥାନ ମୁହାଁ ବାତ୍ୟା । ବାତ୍ୟାର ଆଖି ଅତିକ୍ରମ କଲାବେଳକୁ ପବନର ବେଗ ୧୫୦ରୁ ୧୬୦ କିଲୋମିଟର ରହିବ । ପ୍ରବଳ ବର୍ଷା ସାଙ୍ଗକୁ ଜୋରରେ ବହୁଛି ପବନ । କୂଳ ଲଂଘି ମାଡ଼ି ଆସିଲା ସମୁଦ୍ର ।
କଛରୁ ଦ୍ୱାରକା ପର୍ୟ୍ୟନ୍ତ ପ୍ରଳୟ ଦେଖିବାକୁ ମିଳିଛି । ବାତ୍ୟାର ବଡ଼ ପ୍ରଭାବ କଚ୍ଛ, ଦ୍ୱାରକା, ପୋରବନ୍ଦର, ଜାମନଗର, ରାଜକୋଟ, ଜୁନାଗଡ଼ ଓ ମୋରବୀରେ ଦେଖିବାକୁ ମିଳିଛି । ଏନଡିଆରଏଫର ୧୮ଟି ଟିମ୍ ଓ ଏସଡିଆରଏଫର ୧୨ଟି ଟିମ୍ ବିଭିନ୍ନ ସ୍ଥାନରେ ମୁତୟନ ହୋଇଛନ୍ତି । କୋଷ୍ଟଗାର୍ଡ ସହ ସ୍ଥଳସେନା ଓ ବାୟୁସେନା ସଜାଗ ରହିଛନ୍ତି । ପ୍ରଭାବିତ ଆଶଙ୍କା ଥିବା ଜିଲ୍ଲାରେ ନୌସେନାର ୧୫ ଜାହାଜ ଓ ୪ଟି ହେଲିକପ୍ଟର ପ୍ରସ୍ତୁତ ରହିଛି । ଲକ୍ଷେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା । ୭୬ ଟ୍ରେନ୍କୁ ବାତିଲ କରାଯାଇଥିଲା । ଜାମନଗର ବିମାନବନ୍ଦରରୁ ଆସନ୍ତାକାଲି ଯାଏ ବିମାନ ସେବା ବାତିଲ କରାଯାଇଛି ।
ବିପର୍ଯ୍ୟୟ ଘଟାଇଲା “ବିପର୍ଯ୍ୟୟ”
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











